You are currently viewing ଏଣିକି ସବୁ ଷ୍ଟାଫଙ୍କୁ କଲେଜ ଆସିବାକୁ ନିର୍ଦ୍ଦେଶ

ଏଣିକି ସବୁ ଷ୍ଟାଫଙ୍କୁ କଲେଜ ଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର-୦୫.୦୭.୨୦୨୧, କରୋନା ମହାମାରୀ ସଂକ୍ରମଣ ପାଇଁ ୫୦% ଷ୍ଟାଫଙ୍କୁ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନର କାର୍ଯ୍ୟ ସମ୍ପାଦିତ ହେଉଥିଲା ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ କମିବାରେ ଲାଗିଛି । ଏନେଇ ଜୁଲାଇ ୬ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫଙ୍କୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ । ଚିଠିରେ ଉଲ୍ଲେଖ ଅଛି ଯେ, ଆସନ୍ତାକାଲିଠୁ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ଆରମ୍ଭ କରିବେ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାଦାନ ତଥା ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ପ୍ରବର୍ତ୍ତିତ ୫୦ ପ୍ରତିଶତ ଆଟେଣ୍ଡାଣ୍ଟ ସିଷ୍ଟମକୁ ପ୍ରତ୍ୟାହାର କରି ନିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।