You are currently viewing ପୁଣି ଚର୍ଚ୍ଚିତ ମିଶ୍ରଙ୍କ ରିମାଣ୍ଡ ଆବେଦନ ଖାରଜ

ପୁଣି ଚର୍ଚ୍ଚିତ ମିଶ୍ରଙ୍କ ରିମାଣ୍ଡ ଆବେଦନ ଖାରଜ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର – (ବ୍ୟୁରୋ ୨୭.୦୮.୨୦୨୨) : ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ସିବିଆଇର ୨ଟି ମାମଲା ଖାରଜ ହେବା ପରେ ଆଜି ପୁଣିଥରେ ଚର୍ଚ୍ଚିତ ମିଶ୍ରଙ୍କର ରିମାଣ୍ଡ ଆବେଦନ ଖାରଜ ହୋଇଛି । ତେବେ ସିବିଆଇର ଏହି ଆବେଦନକୁ ସିବିଆଇ କୋର୍ଟ ଖାରଜ କରିଛି । ଏହା ସହିତ ଓଏସ୍ ଏଲ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କର ଭଏସ୍ ଟେଷ୍ଟକୁ ମଧ୍ୟ ଖାରଜ କରାଯାଇଛି । ଚଳିତ ମାସ ୬ ତାରିଖରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ତେବେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଚର୍ଚ୍ଚିତ ମିଶ୍ରଙ୍କ ଗିରଫ ପରେ ଏହି ଗିରଫଦାରି ସଂଖ୍ୟା ୫ରେ ପହଞ୍ଚିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।