You are currently viewing ଅଣସର ପିଣ୍ଡିରେ ଠାକୁରେ : ଶ୍ରୀମନ୍ଦିରରେ ଆଜିଠୁ ପୂଜା ପାଇବେ ପଟିଦିଅଁ

ଅଣସର ପିଣ୍ଡିରେ ଠାକୁରେ : ଶ୍ରୀମନ୍ଦିରରେ ଆଜିଠୁ ପୂଜା ପାଇବେ ପଟିଦିଅଁ

  • Post category:ଓଡିଶା
  • Reading time:1 mins read

ଏଏନଏସ : ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନ ଯାତ୍ରା ହେଉଛି ଆଦ୍ୟ ପର୍ବ । ଏହି ପର୍ବରେ ଶ୍ରୀଜିଉ ୧୦୮ଗରା ସୁବାସିତ ଜଳରେ ସ୍ନାନ କରିଥାଆନ୍ତି । ସୁନାକୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜୟବିଜୟ ଦ୍ୱାର ଓ କଳାହାଟ ଦ୍ୱାର ମଝିରେ ରହିଛି ଅଣସର ଘର । ସେଠାରେ ଅସୁସ୍ଥ ଶ୍ରୀଜିଉଙ୍କ ଅଣସର ନୀତି ୧୫ଦିନ ବଦଳରେ ୧୩ଦିନ ଧରି ଚାଲିବ। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଖୋଲି ଦଇତାପତି ସେବକ ମାନେ ଭଣ୍ଡାର ମେକପଙ୍କ ଜିମା ଦେଇଥାଆନ୍ତି ।

ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡଠାକୁର ଶ୍ରୀ ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମା ଭୁବନେଶ୍ୱରୀ ପୂଜା ପାଇବେ । ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ , ସରସ୍ୱତୀ , ରାମ, କୃଷ୍ଣ  ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ ।

ଅନ୍ୟପଟେ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସହ ରଥଯାତ୍ରା ପାଇଁ ଦଇତାପତି ସେବକଙ୍କ ସେବା ଆରମ୍ଭ ହୋଇଛି । ପାରମ୍ଭିକ  ସେବା ସ୍ୱରପୂ ସେନାପଟା ଲାଗି କାମସମ୍ପନ ପରେ ଆଜିଠାରୁ ଶୁଦ୍ଧପୁତ ଭାବେ ପହଣ୍ଡି ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ କରିଛନ୍ତି । ଏଥିପାଇଁ ଆଜିଠାରୁ ଦଇତାପତି ସେବକ ମାନେ ହବିଷ୍ୟାନ୍ନ ସେବନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।