You are currently viewing ଭଙ୍ଗା ଗୋଡରେ ନୃତ୍ୟ କଲେ ଅଙ୍କିତା ଲୋଖଣ୍ଡେ

ଭଙ୍ଗା ଗୋଡରେ ନୃତ୍ୟ କଲେ ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ ୩୦/୧୨: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ତଥା ‘ପବିତ୍ର ରିସ୍ତା’ ଫେମ୍ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।ଏହାରି ମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏହି ଭିଡିଓରେ ସେ ତାଙ୍କ ଭଙ୍ଗା ଗୋଡରେ ‘ରାଜା ହିନ୍ଦୁସ୍ତାନୀ’ ଫିଲ୍ମର ଗୀତ ‘ପରଦେଶୀ ପରଦେଶୀ ଜାନା ନୈହିଁ’ରେ ଡ୍ୟାନ୍ସ କରି ଦେଖାଇଛନ୍ତି ।

ନିକଟରେ ଡିସେମ୍ବର ୧୪ ତାରିଖରେ ଅଙ୍କିତା ଓ  ଭିକ୍କି ଜୈନଙ୍କ ସହ ବିବାହ ହୋଇଥିଲା। ଦୁହେଁ ପାରମ୍ପାରିକ ରାଜକୀୟ ଢ଼ଙ୍ଗରେ ହାତ ଗଣ୍ଠି ପଡିଥିଲା। ତେବେ ବିବାହର କିଛି ଦିନ ପୂର୍ବରୁ ହିଁ ଅଙ୍କିତାଙ୍କ ଗୋଡରେ ଆଘାତ ଲାଗିଥିଲା। ଏହାପରେ ଡାକ୍ତର ତାଙ୍କୁ ଆରାମ କରିବା ପରାମର୍ଶ ଦେଇଥିଲେ।

ହେଲେ ଡାକ୍ତରଙ୍କ ପରାମର୍ଶ ନମାନି ଅଙ୍କିତା ଧୂମ ମସ୍ତି କରିବା ସହ ନାଚିଥିଲେ। ଏବେ ତାଙ୍କୁ ଏହି ମସ୍ତି କରିବା ଭାରି ପଡିଛି। ତାଙ୍କ ଗୋଡଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏବେ ତାଙ୍କ ଗୋଡରେ ପ୍ଲାଷ୍ଟର ପଡିଛି। ତେବେ ଭଙ୍ଗା ଗୋଡରେ ମଧ୍ୟ ଅଙ୍କିତା ହାର୍ ମାନି ନାହାନ୍ତି। ନିଜର ପ୍ରତିଟି ମୁହୂର୍ତ୍ତକୁ ସେ ଏଞ୍ଜୟ କରୁଛନ୍ତି, ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

 ଭିଡିଓରେ ଅଭିନେତ୍ରୀ ଏକ ଛୋଟ ପ୍ରିଣ୍ଟେଡ ଫ୍ରକ୍ ପିନ୍ଧିଛନ୍ତି ଏବଂ ଏକ ହେୟାରବ୍ୟାଣ୍ଡ କ୍ୟାରି କରିଛନ୍ତି। ଅଙ୍କିତା ସର୍ପୋଟର ସାହାଯ୍ୟରେ ଛିଡ଼ା ହୋଇ ନାଚୁଥିବାର ଭିଡିଓରେ ନଜର ଆସିଛନ୍ତି। ଏହି ଭିଡିଓଟିକୁ ଅଶିତା ଧୱନ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିସହ କ୍ୟାପସନରେ ଲେଖିଛନ୍ତି, ‘ଗୋଡ ଭାଙ୍ଗିଛି, କିନ୍ତୁ ସାହସ ଭାଙ୍ଗିନି। ଲଭ୍ ୟୋର ସ୍ପିରିଟ୍ ମିସେସ୍ ଜୈନ।’ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଙ୍କିତାଙ୍କ ଫ୍ୟାନ୍ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।