You are currently viewing ଠକ ତାନ୍ତ୍ରିକ ମୈାଲାନା କୈଫ୍ ଖାନ୍ ବିରୋଧରେ ଆଉ ଏକ ଠକେଇ ଅଭିଯୋଗ

ଠକ ତାନ୍ତ୍ରିକ ମୈାଲାନା କୈଫ୍ ଖାନ୍ ବିରୋଧରେ ଆଉ ଏକ ଠକେଇ ଅଭିଯୋଗ

  • Post category:ଓଡିଶା
  • Reading time:1 mins read

କଟକ (1.5.23):ଠକ ତାନ୍ତ୍ରିକ ମୌଲାନା କୈଫ ଖାଁଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ । ଏନେଇ କଟକ ମଙ୍ଗଳବାଗ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଲମ୍ବି ଚାଲିଛି କଟକର ଠକ ତାନ୍ତ୍ରିକ ମୌଲାନା କୈଫ ଖାଁଙ୍କ ବିରୋଧରେ ଅଭିଯୋଗ । କୈଫ ଖାଁଙ୍କ ବିରୋଧରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି ।ପାରିବାରିକ ଅଶାନ୍ତିରୁ ମୁକ୍ତି ଦେବାକୁ କହି ୧୦ ଲକ୍ଷ ଟଙ୍କା ଲୁଟ୍ କରିଥିବା ଆଉ ଜଣେ ମହିଳା ଅଭିଯୋଗ କରିଛନ୍ତି । ମାଟି ତଳୁ ନକଲି ହୀରା ବାହାର କରି ଶୁଦ୍ଧି କରଣ ପାଇଁ ୩୦ ଲକ୍ଷ ଖର୍ଚ୍ଚ ହେବ ବୋଲି କହିଥିଲେ । ଆଇପିସିର ଦଫା ୪୨୦ ଏବଂ ୫୦୬ରେ ମାମଲା ରୁଜୁ କରିଛି ସଦର ଥାନା ପୋଲିସ । ଠକ କୈଫ ଖାଁ ମଂଗଳାବାଗ ରାଣୀହାଟ ଅଂଚଳର ଶର୍ମିଳା ସେନ ନାମଙ୍କ ଜଣେ ମହିଳାଙ୍କୁ ୬୨ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହେବା ପରେ, ଗିରଫ କରିଛି ମଂଗଳବାଗ ଥାନା ପୋଲିସ । ଏହା ପରେ ଭଦ୍ରକର ଜଣେ ମହିଳାଙ୍କୁ ୫ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।