You are currently viewing ବାଘଛାଲ ଜବତ ଘଟଣାରେ ଆଉ ଜଣେ ଗିରଫ

ବାଘଛାଲ ଜବତ ଘଟଣାରେ ଆଉ ଜଣେ ଗିରଫ

  • Post category:ଓଡିଶା
  • Reading time:1 mins read

ଉଦଳା(୩୧.୧୨.୨୨) : ଶିମିଳିପାଳରୁ ମହାବଳ ବାଘ ଛାଲ ଜବତ ଘଟଣାରେ ଆଉ ଜଣଙ୍କୁ ବାନ୍ଧିଲା ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶାସଙ୍ଗବେଡା ଗାଁର ପୂର୍ଣ୍ଣଚନ୍ଦ ମାଝୀ । ପୂର୍ଣ୍ଣଚନ୍ଦ୍ରଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୪ ରେ ପହଞ୍ଚିଛି । ଗତକାଲି ଏସଟିଏଫ ଟିମ ପୂର୍ଣ୍ଣଚନ୍ଦ୍ରଙ୍କୁ ଘରୁ ଉଠାଇ ଆଣିଥିଲେ । ଗତ ୧୪ ତାରିଖରେ ବାରିପଦା ଉଦଳା ରାସ୍ତାର ଶ୍ରୀଦାମଚନ୍ଦ୍ରପୁରଠାରେ  ୩ ଜଣ ଶିକାରୀ ମହାବଳ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏସଟିଏଫ୍ ଖବର ପାଇଥିଲା। ଏହାପରେ ଏସଟିଏଫ ଟିମ୍‌ ଗରାଖ ସାଜି ସେଠାରେ ପହଞ୍ଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ। ୫ ଲକ୍ଷରେ  ଡିଲ୍  ଫାଇନାଲ ହୋଇଥିଲା।  ଏହାପରେ ହଠାତ୍‌ ଏସ୍‌ଟିଏଫ୍ ଟିମ୍‌ ଚଢ଼ାଉ କରି ଜଣେ ଶିକାରୀକୁ ମାଡ଼ି ବସିଥିବା ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଥିଲା। ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡ଼ିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।