You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୮୨ କରୋନା ପଜିଟିଭ ଚିହ୍ନଟ ।
୨. ରାଜ୍ୟରେ ପ୍ରଥମ- ଅଷ୍ଟମ ସ୍କୁଲ ଖୋଳାଯିବାନେଇ ପ୍ରସ୍ତୁତ ହେଉଛି ଏସଓପି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
୩. ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ପୋଲିସ ଡିଜି ଅଭୟ ନେଲେ କରୋନା ଟିକା ।
୪. ଶ୍ରୀମନ୍ଦିର ଚର୍ତୃପାର୍ଶ୍ବରୁ ଉଚ୍ଛେଦ ବେଳେ କିଛି ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଘଟଣା । ପୁରୀ ଉପଜିଲ୍ଲାପାଳ, ସିଂହଦ୍ଵାର ଥାନା ଆଇଆଇସିଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ପାଇଁ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ ।
୫. ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଚକାଜାମ ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଘଣ୍ଟିଆ ଚକାଜାମ । ଭୁବନେଶ୍ବର ସମେତ ଯାଜପୁର, ବରଗଡ଼ରେ ବି ଚକାଜାମ କଲେ ଚାଷୀ ।
୬. ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳ ମୃତ । କଟକ ନିର୍ଗୁଣ୍ଡି ଟୋଲ ଗେଟ ନିକଟରୁ ମୃତ ଦେହ ଉଦ୍ଧାର କରିଛି ଟାଙ୍ଗି ପୋଲିସ ।
୭. ନବରଙ୍ଗପୁର ଜିଲ୍ଲାରେ ନକଲି କେଶ କଳାର କାରବାର ଠାବ, ପୋଲିସର ତଦନ୍ତ ଜାରି ।
୮. ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛ ସଂରକ୍ଷଣ ସ୍ଥାନରେ ବେଆଇନ ଅନୁପ୍ରବେଶ ଓ ମାଛ ଧରିବା ଅଭିଯୋଗରେ ୨୨ ଗିରଫ ।
୯. ପିଲା ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଛପୋଲିଆ ନିକଟରେ ।
୧୦.ବ୍ରହ୍ମପୁର ଅବକାରୀ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାରେ ବିପୁଳ ପରିମାଣର ଦେଶୀ ମଦ ଜବତ , ୫ ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।