You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୫୩ କରୋନା ପଜିଟିଭ ଚିହ୍ନଟ ।
୨. ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଗୃହ କାର୍ଯ୍ୟ ଆରମ୍ଭରୁ ହୋ-ହାଲ୍ଲା । ଏନେଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ।
୩. ରାଜ୍ୟର ସବୁ ଜେଲରେ କଏଦୀଙ୍କ ପାଇଁ ଲାଗିବ କିଓସ୍କ ମେସିନ । ଏନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
୪. ଏଣିକି ଅନଲାଇନରେ ମିଳିବ ହାଇସ୍କୁଲ ପିଲାଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ । ଏନେଇ ଟ୍ବିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
୫. ଭାରସାମ୍ୟ ହରାଇ ବ୍ରିଜ ଉପରୁ ବ୍ରିଜ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ , ରକ୍ଷା ପାଇଲେ ୫୦ ଯାତ୍ରୀ ।
୬. ଗଜପତି ଡେକାପଙ୍କା ନିକଟରେ ମିନି ଟ୍ରକ-ବାଇକ୍ ଧକ୍କା, ୧ ମୃତ, ପୋଲିସର ତଦନ୍ତ ଜାରି ।
୭. ମୟୂରଭଞ୍ଜର ସାରସକଣାରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା ।
୮. କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ହାତୀଙ୍କ ମୃତ୍ୟୁ ଘଟଣା । ଅନୁଧ୍ୟାନ ପାଇଁ ଆଜି କଳାହାଣ୍ଡି ଯିବେ ୪ ଜଣିଆ କେନ୍ଦ୍ରୀୟ ଟିମ୍ ।
୯. ସୁ୍ନ୍ଦରଗଡ଼ରେ ୬୭ କେଜି ଗଞ୍ଜେଇ ବୋଝେଇ କାର୍ ଜବତ, ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ଟାଉନ ପୋଲିସ ।
୧୦. ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ୪୮୨ ଗ୍ରାମ ସୁନା ଜବତ, ୨ ଚୋର ଓ ଚୋରି ସାମଗ୍ରୀ କିଣିଥିବା ଦୋକାନୀ ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।