You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୧୧୦ କରୋନା ପଜିଟିଭ ଚିହ୍ନଟ ।
୨. ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି । ମଧ୍ୟରାତ୍ରି ପରେ ପଟୁଆରରେ ନେଇ ମନ୍ଦିରରେ ଶୁଭଖୁଣ୍ଟି ପୂଜାପରେ ସ୍ଥାପନ କରାଯିବ ।
୩. ଧାନ କିଣା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ଗୃହ ମଧ୍ୟରେ ହୋ-ହାଲ୍ଲା ଏବଂ ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକଙ୍କ ଧାରଣା । ଏନେଇ ଗୃହ ୪ଟା ଯାଏ ମୁଲତବୀ ।
୪. ଏଣିକି ସମସ୍ତ ଜରୁରୀକାଳୀନ ସେବା ପାଇଁ ଉପଲବ୍ଧ ହେବ ଗୋଟିଏ –‘୧୧୨’ ନମ୍ବର । ଆଜି ସନ୍ଧ୍ୟା ୫ ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
୫. ମାହାଙ୍ଗା ଡବଲ ମର୍ଡର ଘଟଣା । ରାଜଧାନୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ବେଳେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ, ଘଟଣାସ୍ଥଳରୁ କିଛି ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ ।
୬. ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର ଟଙ୍କପାଣି ରୋଡ ଅଞ୍ଚଳରେ ।
୭. ନୟାଗଡ ଶରଣକୁଳ ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା; ୩ ମୃତ,୨ ଆହତ ।
୮. ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଦଣ୍ଡିରିରେ । ବନ ବିଭାଗର ତଦନ୍ତ ଜାରି ।
୯. ଢେଙ୍କାନାଳ ସଦର ଥାନା ସାରିଅଁ ଗାଁରେ ଯୁବକଙ୍କୁ ହତ୍ୟା । ହତ୍ୟା କରି ଯୁବକ ଫେରାର୍ । ପୋଲିସର ତଦନ୍ତ ଜାରି ।
୧୦. ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର । ଏଭଳି ଅଘଟଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚରମ୍ପା ଅର୍ନ୍ତଗତ ବେଲମଳା ଗ୍ରାମରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।