You are currently viewing ANS SUPERFAST 2@10

ANS SUPERFAST 2@10

୧. ବାପୁଙ୍କ ଓଡିଶା ଆଗମନକୁ ୧୦୦ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ବିଧାନସଭାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ।
୨. ଆଜି ରାଜ୍ୟରୁ ୧୧୩ କରୋନା ପଜିଟିଭ ଚିହ୍ନଟ ।
୩. ଏପ୍ରିଲ ୯ରୁ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା । ତାରିଖ ଘୋଷଣା କଲେ ବୁଢ଼ୀ ଠାକୁରାଣୀ ଯାତ୍ରା ମୁଖ୍ୟ ଦେଶୀ ବେହେରା ।
୪. ଉଚ୍ଚ ଶିକ୍ଷା କ୍ଷେତ୍ରରେ ରହିବ ସଂରକ୍ଷଣ, ସରକାରୀ ସ୍କୁଲରେ ପାଠପଢ଼ୁଥିଲେ ୧୫ ପ୍ରତିଶତ ସଂରକ୍ଷଣ ମିଳିବ । ଏସଂକ୍ରାନ୍ତରେ ବିଧାନସଭାରେ ସଂକଳ୍ପ ଆଗତ କଲେ ମୁଖ୍ୟମନ୍ତ୍ରୀ ।
୫. ପ୍ରକାଶ ପାଇଲା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ୩୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ । ୧୭ ଏପ୍ରିଲରେ ହେବ ମତଦାନ ।
୬. ଅନୁଗୁଳ ତାଳଚେର ସ୍ଥିତ ଟିଟିପିଏସ ପାୱାର ପ୍ଲାଣ୍ଟ ବନ୍ଦ । ବନ୍ଦକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ଅସନ୍ତୋଷ ।
୭. ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ମୁକୁନ୍ଦପୁରପାଟଣା ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ମିଶ୍ରଙ୍କ ଘରେ ଭିଜିଲାନ୍ସ କରିଛି ଚଢ଼ାଉ ।
୮. ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଦେହ ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ପିକରଡ଼ି ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର, ତଦନ୍ତ ଜାରି ।
୯. ସମ୍ବଲପୁରର ବୁର୍ଲା ଭୀମସାରେ ୧୮ ଜଣ ଛାତ୍ର ରାଗିଂ କରିବା ଅଭିଯୋଗରେ ସେମାନଙ୍କଠାରୁ ୫୪ ହଜାର ଟଙ୍କାର ଜରିମାନା ଲାଗୁ ।
୧୦. ରାଜ୍ୟରେ ଗ୍ରୀଷ୍ମପ୍ରବାହ ।ଆସନ୍ତା ୨ରୁ ୩ ଦିନ ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିବ । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ।

ଅନ୍ୟମାନଙ୍କୁ ଜଣାନ୍ତୁ।