You are currently viewing ANS SUPERFAST 2@10

ANS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆଜି ରାଜ୍ୟରୁ ୧୦,୦୩୧ କରୋନା ପଜିଟିଭ ଚିହ୍ନଟ ଏବଂ ୧୭ ମୃତ ।
୨ . ଆସନ୍ତାକାଲିଠାରୁ ରାଜ୍ୟର ୪ ମହାନଗର ନିଗମ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ୧୮-୪୪ବର୍ଷର ଲୋକଙ୍କୁ ଦିଆଯିବ ଟିକା ।
୩. କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ଧକ୍କା ଦେଇଥିବା ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କଲା ପୋଲିସ ।

୪. ରାଜଧାନୀରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ , କରୋନା ସଂକ୍ରମିତ ବେଶି ପ୍ରଭାବିତ ।

୫. ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବିଦ୍ୟୁତ ତା’ର ଲାଗି ବୃଦ୍ଧା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାଳ ଗାଁ ପଞ୍ଚାୟତ ଦାମୋଦରପୁର ଗାଁରେ ।
୬ . ଉଦଳା ସବଜେଲରେ ୨୧ ବିଚାରାଧିନ କ଼ଏଦୀ କରୋନା ପଜିଟିଭ ଚିହ୍ନଟ ।
୭. କୋରାପୁଟ ଜିଲ୍ଲାରେ ରାମଗିରି ପଞ୍ଚାୟତ ପୁରୁଣାପାଣି ଗାଁ ରେ ଲୁଗାସଫା କଲାବେଳେ ପୋଖରୀରେ ବୁଡି ମାଆ,ଝିଅ ମୃତ ।
୮. ଉଦଳାରେ ତେଲ ଦଉଡି ନିକଟରେ ବିଦ୍ୟୁତ କାମ କରୁଥିବାବେଳେ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନ ମୃତ ।
୯. ଭୁବନେଶ୍ବର ଧଉଳି ନିକଟ ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ଠାବ କଲା ଧଉଳି ପୋଲିସ , ହତ୍ୟା କରାଯାଇଥିବା ସନ୍ଦେହ ।
୧୦. ଆନନ୍ଦବଜାରରେ ୨ ସେବାୟତ ମୁହାଁମୁହିଁ, ଜଣେ ଆହତ , ମେଡିକାଲରେ ଭର୍ତ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।