You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୮ ହଜାର ୩୧୩ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୩୫ ମୃତ।
୨ . ଆଜି ରଥଖଳାରେ ସମ୍ପନ୍ନ ହେଲା ଅଖ ଅନୁକୁଳ ବିଧି । ଜୁନ ୩ରେ ଶ୍ରୀକ୍ଷେତ୍ରରେ ଭଉଁରୀ ।
୩ . ସମ୍ବଲପୁରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ। ସମ୍ବଲପୁରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ କୋଭିଡ ସମୀକ୍ଷା ପରେ ସୂଚନା ।
୪ . ଆଜି ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡରେ ପରିବା ଆଣିବାକୁ ଯାଉଥିବା ମହିଳାଙ୍କ ବେକକୁ କାଟି ଲୁଟ ଉଦ୍ୟମ କଲା ଲୁଟେରା ।
୫ . ବୁର୍ଲା ଭୀମସାରରେ ପ୍ରଥମ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ।
୬ . ଫୁଲବାଣୀ ପଟିବାରି ଗାଁରେ ଶ୍ବାସରୁଦ୍ଧ ହୋଇ ୨ ମୃତ । ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ମାଲିକ ଓ ଶ୍ରମିକ ଉଭୟ ମୃତ ।
୭ . ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଏପର୍ଯ୍ୟନ୍ତ କରୋନାରେ ୪୨ ଜଣ କର୍ମଚାରୀ ମୃତ ।
୮ . ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ନକଲି ଡାକ୍ତର ଗିରଫ । ଏଭଳି ଏକ ଘଟଣା ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।
୯ . ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷ ଶିଶୁ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଢଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦୋରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁସୁମଗୁଡା ଗାଁରେ ।
୧୦ . ରାଜ୍ୟରେ ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।