You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୩,୩୭୧ କରୋନା ପଜିଟିଭ ଚିହ୍ନଟ ଏବଂ ୪୮ ମୃତ ।
୨ . ଆଜି ଅପରାହ୍ନ ୨ଟା ୩୦ରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଜୁଲାଇ ଗାଇଡଲାଇନ ନେଇ ହୋଇପାରେ ଘୋଷଣା ।
୩ . ଜୀଵିକା ପାଇଁ କକକଣା କୋହଳ ହେବା ଆବଶ୍ୟକ -ଡିଏମ୍ଇଟି ସିବିକେ ମହାନ୍ତି ।
୪ . ସୋସିଆଲ ମିଡିଆର ବ୍ୟବହାରବେଳେ ସତର୍କତା ଅବଲମ୍ବନ କରିବାକୁ ଓଡିଶା ପୋଲିସ ପକ୍ଷରୁ ପରାମର୍ଶ, ଅଜଣା ବ୍ୟକ୍ତିଙ୍କୁ ବନ୍ଧୁ କରିବା ନାହିଁ ବା ଖରାପ ତଥ୍ୟ ଓ ମତ ନଦେବା ପାଇଁ ପରାମର୍ଶ ।
୫ . ପୂରା ଜୁନ୍‌ ମାସରେ ରାଜ୍ୟରେ ୧୭% କମ୍‌ ବର୍ଷା ରେକର୍ଡ, ଜୁନ୍‌ ୧ରୁ ୩୦ ମଧ୍ୟରେ ୧୪ଟି ଜିଲ୍ଲାରେ କମ ବର୍ଷା ସ୍ବାଭାବିକଠାରୁ ୨୦%ରୁ ୫୯% ଯାଏ କମ୍‌ ।
୬ . ଏଣିକି କୋଭିଡ୍ ନେଗେଟିଭଙ୍କ ମୃତଦେହକୁ ନେଇପାରିବେ ପରିବାର ସଦସ୍ୟ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଚିଠି ।
୭ . ଗଞ୍ଜାମ ରାମେୟାପଲ୍ଲୀରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ମାମଲା, ଘଟଣାରେ ୧୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ।
୮ . ଭୁବନେଶ୍ବରର ଭରତପୁର ଥାନା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ଗିରଫ, ଲୁଟେରାଙ୍କଠୁ ମାରଣାସ୍ତ୍ର, ଲାପ୍‌ଟପ୍‌, ମୋବାଇଲ୍‌ ଫୋନ ଜବତ।
୯ . ସୁବର୍ଣ୍ଣପୁର ଉଲୁଣ୍ଡା ରକ୍ସା ଛକରେ ବୀରମହାରାଜପୁର ପୋଲିସର ଚଢ଼ାଉ, ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ ।
୧୦ .କେନ୍ଦୁଝର ଜାତୀୟ ରାଜପଥ-୨୦ରେ ଟ୍ରକ୍‌-କାର୍‌ ଧକ୍କାରେ ଜଣେ ମୃତ, ୪ ଗୁରୁତର ।

ଅନ୍ୟମାନଙ୍କୁ ଜଣାନ୍ତୁ।