You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରେ ୧,୩୪୨ କରୋନା ପଜିଟିଭ ଚିହ୍ନଟ ଏବଂ ୬୮ ମୃତ ।
୨ . ୧୬ରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀବାସୀ କରିବେ ଦର୍ଶନ, ୨୩ରୁ ସର୍ବସାଧାରଣ ଦର୍ଶନ, ଦର୍ଶନ ପାଇଁ RT-PCR ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ।
୩ . ଆଜି ସରିଲା ମାଟ୍ରିକ ଅଫଲାଇନ ପରୀକ୍ଷା, ୧୨ରୁ ଖାତାଦେଖା, ୩ ରୁ ୪ ଦିନ ପରେ ରେଜଲ୍ଟ ।
୪ . ଦୀର୍ଘ ତିନି ମାସ ଧରି ପରେ ଆଜି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, କେବଳ ଦିନରେ ବୁଲିବେ ପର୍ଯ୍ୟଟକ, ରାତ୍ରି ରହଣିକୁ ମିଳିନି ଅନୁମତି ।
୫ . କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୁଲିସ ଅଧୀକାରୀ ନିଲମ୍ବିତ , ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ନିଲମ୍ବିତ ।
୬ . କରୋନା କଟକଣା ମଧ୍ୟରେ ରାଜ୍ୟରେ ଆଜିଠୁ ଖୋଲିଲା ସିନେମା ହଲ , ୫୦% ଦର୍ଶକରେ ଖୋଲିଲା ସିନେମା ହଲ, ଦିନକୁ କେବଳ ୪ଟି ଶୋ’ ।
୭ . କଟକ ମହାନଦୀ ଜୋବ୍ରା ଆନିକଟ ନିକଟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଅପହରଣ ଅଭିଯୋଗ କରିଥିଲେ ତାଙ୍କ ବାପା ।
୮ . ବନେଶ୍ବର ତୋଷାଳୀ ଭବନରେ AC ଫାଟି ନିଆଁ ଲାଗିଥିବା ସୂଚନା। ନିଆଁଙ୍କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ ।
୯ . ଅସ୍ତରଙ୍ଗ ବ୍ଳକ ଶିଶୁଆ ପଞ୍ଚାୟତର ଏକ ଗାଁରେ ଫାଟିଲା ଗ୍ୟାସ ଟାଙ୍କି, ୪ ଛେଳି ମୃତ, ୨ ବଖରା ଘର ଭସ୍ମୀଭୂତ ।
୧୦ .ଖୋର୍ଦ୍ଧା: ଗଡ଼ମାଣିତ୍ରୀ ଗାଁରୁ ୮ଫୁଟିଆ ଅଜଗର ସାପ ଉଦ୍ଧାର ।

ଅନ୍ୟମାନଙ୍କୁ ଜଣାନ୍ତୁ।