You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ୨ଟାରୁ ସର୍ବସାଧାରଣ ବନ୍ଦ ।
୨ . ଆଜି ରାଜ୍ୟରୁ ୮୧୬ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୬୯ ମୃତ ।
୩ . ଏସସିବିରେ ଇକମୋ ଚିକିତ୍ସାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ମାଗଣାରେ ମିଳିବ ଇକମୋ ସେବା ।
୪ . ଦୈନିକ ୫ ଘଣ୍ଟା ଚାଲିବ ବିଧାନସଭା,ସମସ୍ତଙ୍କର RTPCR ଟେଷ୍ଟ କରାଯିବ :ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
୫ . ମାହାଙ୍ଗା ଡବଲମର୍ଡର ମାମଲାରେ ପ୍ରତାପ ଜେନାଙ୍କ ନାଁରେ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କଲା ବିଜେପି ।
୬ . ତୃତୀୟ ଲହରକୁ ଦେଖି ପାର୍ବଣ ପାଇଁ ଆସିବ ନୂଆ ଗାଇଡଲାଇନ, କଟକଣା ଜାରି ରଖିବାକୁ କେନ୍ଦ୍ରର ନିର୍ଦ୍ଦେଶ -ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
୭ . ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନିକଟରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ।
୮ . ବାଣୀବିହାର ନିକଟ ସତସଙ୍ଗ ବିହାର ନିକଟରେ ଦୁର୍ଘଟଣା, ବୋଲେରୋ ଧକ୍କାରେ ପୋଲିସ କର୍ମଚାରୀ ଗୁରୁତର ।
୯ . ଜଳେଶ୍ଵରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ ।
୧୦ .ମୟୂରଭଞ୍ଜ ସାନଦେଉଳି ଛକରେ ATMରୁ ଲୁଟ୍ ଉଦ୍ୟମ ପଣ୍ଡ, ଲୁଟ୍ ଉଦ୍ୟମ ବେଳେ ୭ ଜଣଙ୍କୁ ଗିରଫ କଲା ଚାନ୍ଦୁଆ ପୋଲିସ

ଅନ୍ୟମାନଙ୍କୁ ଜଣାନ୍ତୁ।