You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୭୭୯ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୬୮ ମୃତ ।
୨ . ଆଜିଠୁ ତିନିଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୩୧ରୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ।
୩ . ଗଞ୍ଜାମରେ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ୧୦ଟି ସ୍ମାର୍ଟ କ୍ଲାସ ରୁମ, ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
୪ . ୨୦୨୧-୨୨ ଶିକ୍ଷାବର୍ଷରେ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ପ୍ରଥମେ କେନ୍ଦୁଝର ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ ।
୫ . ରାଜ୍ୟରେ ଯେପରି ଶିଶୁ ସଂକ୍ରମଣ ନବଢେ ସେଥିପାଇଁ ସର୍ଭେଲାନ୍ସ ଜାରି ରହିଛି, ୯୦% ଶିଶୁ ହୋମ ଆଇସୋଲେସନରେ ଭଲ ହେଉଛନ୍ତି- ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
୬ . ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଚିପିଲିମା ପ୍ରାଣୀଧନ ଓ ଚିକିତ୍ସା ସେବା ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ନରସିଂହ ଗଡ଼ତିଆ ।
୭ . ବାପାପୁଅଙ୍କୁ ମାଡ଼ ମରାଯିବା ଭିଡିଓ ଭାଇରାଲ ଘଟଣାରେ ଖୋର୍ଦ୍ଧା ବେଗୁନିଆ ଥାନାରେ ୯ ଜଣଙ୍କ ନାଁରେ ମାମଲା ରୁଜୁ ।
୮ . ଚନ୍ଦ୍ରଭାଗା ସମୁଦ୍ରରେ ଡଙ୍ଗା ବୁଡି ଯୁବକ ନିଖୋଜ ଘଟଣା, ଜମାରl ଗ୍ରାମ ସୁରକ୍ଷା ଜଙ୍ଗଲ ବଡଖଞ୍ଜି ଠାରୁ ରାଜୁଙ୍କ ମୃତଦେହ ଉଦ୍ଧାର ।
୯ . ବାଲେଶ୍ଵରରୁ ଡ୍ରଗ୍ସ ମାଫିଆ ଏସ୍‌କେ ରାଜୁ ଗିରଫକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF, ପୂର୍ବରୁ ଗିରଫ ହୋଇଥିଲେ ତା’ର ୩ ସହଯୋଗୀ ।
୧୦ .ଗଞ୍ଜାମ ଥାନା ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ କୂଳରେ ଏକ ମୃତଦେହ ଠାବ,ତଦନ୍ତ ଜାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।