You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୭୭୧ କରୋନା ପଜିଟିଭ ଚିହ୍ନଟ ଏବଂ ୮ ମୃତ ।
୨ . ମୌସୁମୀ ଅଧିବେଶନର ଶେଷ ଦିନରେ ସ୍ବାଭାବିକ ହେଇପାରୁନି ଗୃହ, ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ।
୩ . ଜନ୍ମରୁ ୧୦ ବର୍ଷ ପିଲା ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡିତ-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
୪ . ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ତିଆରି କରି ପିଲାଙ୍କ ପାଠପଢା ସହ ଅଣ୍ଡା ବଣ୍ଟନ କରୁଛି ଆନ୍ଧ୍ର ।
୫ . ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ।
୬ . ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଂଘାତିକ ଅଭିଯୋଗ। ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ, ଭିଡିଓ ଭାଇରାଲ ।
୭ . କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ଅଞ୍ଚଳରେ ବିଚ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳି କଲେ ୨ ଦୁର୍ବୁତ୍ତ ।
୮ . କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣି ଛକରେ ହେଲମେଟ୍ ଯାଞ୍ଚ ବେଳେ ପୋଲିସ ଓ ବାଇକ ଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି ।
୯ . ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ବିଶିଷ୍ଟ ଲୁଗା ବ୍ୟବସାୟୀଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟି ନେଲେ ୭ ଦୁର୍ବୃତ୍ତ ।
୧୦ . ଉତ୍ତର –ବଙ୍ଗୋପସାଗର ତତ୍ ସଂଲଗ୍ନ କେନ୍ଦ୍ରୀୟ- ବଙ୍ଗୋପସାଗର ଅଞ୍ଚଳରେ ୧୧ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ।

ଅନ୍ୟମାନଙ୍କୁ ଜଣାନ୍ତୁ।