You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୪୭୭ କରୋନା ପଜିଟିଭ ଚିହ୍ନଟ ଏବଂ ୪ ମୃତ ।
୨ . ରାଜ୍ୟରେ ଆଜିଠାରୁ ଲାଗୁ ହେଲା ନୂଆ ଗାଇଡଲାଇନ। ଟୁଇନ ସିଟିରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ ।
୩ . ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ବଢିଲା ପୁଣି ଗାଡ଼ି ପର୍‌ମିଟ୍‌, ଆର୍‌ସି, ଫିଟନେସ ଅବଧି, ଏସଟିଏ ପକ୍ଷରୁ ଟୁଇଟ କରି ସୂଚନା ।
୪ . ଆଜିଠାରୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଆରମ୍ଭ । ଆସନ୍ତା ୧୧ ତାରିଖ ଯାଏ ଚାଲିବ ପରୀକ୍ଷା।
୫ . ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବାକୁ ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
୬ . ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ, ଏଯାବତ୍ ମୋଟ ୫ ଜଣଙ୍କ ମୃତ୍ୟୁ ।
୭ . ରାଜଧାନୀରୁ ୭ ଲକ୍ଷ ଟଙ୍କାର ୭୪ ଗ୍ରାମ୍ ବ୍ରାଉନସୁଗାର ଜବତ । ୭୪ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ ।
୮ . ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅଞ୍ଚଳରେ ଯୁବତୀଙ୍କୁ ଏସିଡ୍ ଆଟାକ୍ ଘଟଣାରେ ଅଭିଯୁକ୍ତକୁ ଗୁଜୁରାଟରୁ ଗିରଫ କରିଛି ଧଉଳି ଥାନା ପୋଲିସ ।
୯ .୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଖେଳପଡିଆ ନିକଟ ରାଜପଥରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ।
୧୦ . ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଗଡ ତଳସାହି ନିକଟ ଭଣ୍ଡନ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ।

ଅନ୍ୟମାନଙ୍କୁ ଜଣାନ୍ତୁ।