You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୭୨୯୧ କରୋନା ପଜିଟିଭ ଚିହ୍ନଟ, ୫ ମୃତ ।
୨. ଖୁବଶୀଘ୍ର ରାଜ୍ୟରେ ହେବ ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।
୩. ଢେଙ୍କାନାଳ ଜିଲ୍ଲା କୋର୍ଟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ, ୨୭ ତାରିଖ ସକାଳ ୭ଟା ଯାଏ ସିଲ୍‌ କଲା ପ୍ରଶାସନ ।
୪. ଓଡ଼ିଶା- ଆନ୍ଧ୍ର ସୀମା ବିବାଦ, କୋଟିଆ ମାମଲା ଶୁଣାଣୀ ପୁଣି ୪ ସପ୍ତାହ ଘୁଞ୍ଚଇଲେ ସୁପ୍ରିମକୋର୍ଟ ।
୫. ବଲାଙ୍ଗିର ସହର ରମାଇ ଟକିଜ୍ ସିନେମା ହଲ୍ ରୋଡ୍‌ରେ ଲୁଟ୍‌ ମାମଲାରେ ଶହେରୁ ଅଧିକ ମୋବାଇଲ ଜବତ, ୩ ଗିରଫ।
୬. ଗଞ୍ଜାମ ପୋଲସରାର ରାମ୍ପୁଡି ଗାଁରେ ଗୁଳିମାଡ, ଜଣେ ମୃତ, ଗୁଳିମାଡ଼ର କାରଣ ଅସ୍ପଷ୍ଟ ।
୭. ବୌଦ୍ଧ ଜିଲ୍ଲା ବାସୁଦେବପାଲି ନିକଟରେ ବାଇକକୁ ଧକ୍କା ଦେଲା ଅଜଣା ଗାଡି, ଜଣେ ମୃତ ।
୮. ପାଡୁଆ ଅଞ୍ଚଳରୁ ଛତିଶଗଡ ଗଞ୍ଜେଇ ଚୋରାଚାଲାଣ ବେଳେଏକ ପିକଅପ୍ ଭ୍ୟାନ୍‌ରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ ।
୯. କଟକ ବଡଝରିଲୋ ଲୁଟ ମାମଲାରେ ୩ ଜଣଙ୍କୁ ଗିରଫ କଲା ପୋଲିସ,୨୦୧୯ରେ ଜଣେ ବ୍ୟବସାୟୀଙ୍କୁ ହାଣି ୪୦ ଲକ୍ଷ ଲୁଟ କରିଥିଲେ ଦୁର୍ବୃତ୍ତ ।
୧୦. ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ଛକ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍।

ଅନ୍ୟମାନଙ୍କୁ ଜଣାନ୍ତୁ।