You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୫୮୯୧ କରୋନା ପଜିଟିଭ ଚିହ୍ନଟ, ୭ ମୃତ ।
୨. ଜାନୁଆରି ୨୬ ପାଇଁ ଗାଇଡ୍‌ଲାଇନ୍‌ ଜାରି, ଘରେ ପତାକା ଉତ୍ତୋଳନ ବେଳେ ସର୍ବାଧିକ ୫ ଜଣ, ଅନ୍ୟ ସ୍ଥାନରେ ସର୍ବାଧିକ ୧୦ ଜଣଙ୍କୁ ଅନୁମତି ।
୩. ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ ସାଧାରଣତନ୍ତ୍ର ଦିବସରେ ଓଡିଶାର ୨୨ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ ।
୪. ଆଜିଠୁ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଚାମ୍ପିଅନସିପ, ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ ।
୫. ୨୬ ତାରିଖରେ ୨ ରୁ ୩ ଡିଗ୍ରୀ ଖସିବ ତାପମାତ୍ରା, ପାଣିପାଗ ବିଭାଗ ପକ୍ଷରୁ ସୂଚନା।
୬. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଗଲପୁର ବ୍ଲକ୍ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ ।
୭. ଖୋର୍ଦ୍ଧା ସହରରେ ଏକ ପରିବା ଦୋକାନରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଏସଟିଏଫ୍, ଜଣେ ଗିରଫ ।
୮. ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚୟତ ବଣ୍ଡାଘାଟିର ବେଲଗୁଡା ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, କାଉଡ଼ିରେ ବୁହାହେଲେ ରୋଗୀ।
୯. ନୟାଗଡ଼ରେ ଏକ ଘରୁ ୩ କେଜି ବ୍ରାଉନ୍‌ସୁଗାର ସହ ୬୫ ଲକ୍ଷ ଟଙ୍କା, ୩ ବନ୍ଧୁକ, ୪ଟି ମୋବାଇଲ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଜଣେ ଗିରଫ ।
୧୦. ଭଦ୍ରକ ଜିଲ୍ଲାରେ ବେଆଇନ ଗୋରୁଚାଲାଣ ବେଳେ ୫୦ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ଗାଡି ଜବତ କରିବା ସହ ୩ ଜଣ ଅଟକ।

ଅନ୍ୟମାନଙ୍କୁ ଜଣାନ୍ତୁ।