You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୫୯୦୧ କରୋନା ପଜିଟିଭ ଚିହ୍ନଟ, ୮ ମୃତ ।
୨. ଆଜିଠୁ ପ୍ରଥମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ୟୁଟ୍ୟୁବ ପାଠପଢ଼ା, ସୋମବାର ଠାରୁ ଶୁକ୍ରବାର ଯାଏଁ ହେବ କ୍ଲାସ ।
୩. କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଅଗ୍ନିକାଣ୍ଡ, ୧୪ ନମ୍ବର ଜୋନ ବେଲଦଳ ଗ୍ରାମ ନିକଟରେ ଲାଗିଲା ନିଆଁ ।
୪. କଟକ ରେଲୱେ ଗୁଡ୍ ସେଡ୍ ନିକଟରେ ଲାଇନଚ୍ୟୁତ ହେଲା ୨ ମାଲବାହୀ ଟ୍ରେନ୍, ଟ୍ରେନ୍ ଦୁଇଟି ପରସ୍ପର ସହ ଧକ୍କା ହେବାପରେ ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।
୫. ପୁରୀ ସଦର ନିର୍ବାଚନ ମଣ୍ଡଳୀ କାଶୀହରିପୁର ପଞ୍ଚାୟତରେ ନିର୍ବାଚନୀ ହିଂସା । ଚାରିନଳା ମାଆ ବସନ୍ତେଇ ମନ୍ଦିର ନିକଟରେ ଫୁଟିଲା ୨ଟି ବୋମା ।ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ବୋମା ବିସ୍ଫୋରଣ ସୂଚନା ।
୬. କଟକ ଲାଲ୍‌ବାଗ ଥାନା ଅଞ୍ଚଳରୁ ୨ଶହ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ୨ ଗିରଫ ।
୭. ଝାରସୁଗୁଡ଼ା ରଘୁନାଥପାଲିର ଏକ କାରଖାନାରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର ଜଣେ ମୃତ, ୩ ଆହତ ।
୮. ପୁରୀ ଟାଉନଥାନା ନାବାଳିକା ଦୁଷ୍ମର୍ମ ମାମଲା,
ଅଭିଯୁକ୍ତ ଡ୍ରାଇଭର ମହେଶ ଗିରଫ, SP କନୱର ବିଶାଲ ସିଂହଙ୍କ ସୂଚନା ।
୯. ବାଞ୍ଜିପାଲିରୁ ୧୫୫ ବୋତଲ କଫ୍‌ସିରପ ୩୦ଟି ନିଶା ବଟିକା ଜବତ କଲା ପାଟଣାଗଡ଼ ଖପ୍ରାଖୋଲ ପୋଲିସ, ଜଣେ ଗିରଫ ।
୧୦. ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନରମାନବୀ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ।

ଅନ୍ୟମାନଙ୍କୁ ଜଣାନ୍ତୁ।