You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୫୦୫୭ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ ।
୨. ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ଖୋଲାଯିବା ଉପରେ ହେବ ନିଷ୍ପତ୍ତି ।
୩. ସ୍ୱର୍ଗଦ୍ୱାରରୁ ହଟିଲା କଟକଣା, ଏଣିକି କୋଭିଡ କଟକଣାରେ ବାହାର ଜିଲ୍ଲା ଲୋକେ ସ୍ୱର୍ଗଦ୍ୱାରରେ କରିପାରିବେ ଶବ ସତ୍କାର ।
୪. ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଜାଡରେ ଥରିବ ଓଡ଼ିଶା, ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।
୫. ଭୁବନେଶ୍ବରର କେଶୁରା ଛକ ପଲ୍ଲବୀ ମଣ୍ଡପରେ ବାହାଘର ବେଳେ ଲୁଟ, ବରଯାତ୍ରୀ ବେଶରେ କନ୍ୟା ପକ୍ଷର ସୁନା ଗହଣା ଲୁଟିନେଲେ ୨ ଦୁର୍ବୃତ୍ତ ।
୬. ଭୁବନେଶ୍ବରରେ KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଗିରଫ, ୩ ମାସ ପରେ ବୁବୁକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ ।
୭. ଭଦ୍ରକ ଜିଲ୍ଲା ଭଣ୍ଟାରୀପୋଖରୀ ଥାନା ଅଞ୍ଚଳରୁ ୧୧୦ ଲିଟର ମଦ ଜବତ, ୪ ମଦ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ ।
୮. ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ରାଜଗାଙ୍ଗପୁର ଲ୍ୟାମ୍ପସ ଏମଡି ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ରେଡ ।
୯. ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ନିକଟ ଜଙ୍ଗଲରୁ ଅପରିଚିତ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।
୧୦. ମୟୂରଭଞ୍ଜ ଜିଲ୍ଲା ଉଦଳା ଗୋଧିମରା ଛକରେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଶାଗୁଆନ୍ କାଠ ଜବତ, ଖସିଗଲେ ୮ କାଠ ମାଫିଆ, ଡ୍ରାଇଭର୍ ଅଟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।