You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୩୦୮୬ କରୋନା ପଜିଟିଭ ଚିହ୍ନଟ, ୧୭ ମୃତ ।
୨. ସାଧାରଣ ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର, ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଭକ୍ତ ।
୩. ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୮ଟିମ୍।
୪. ୩ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିବାର ସମ୍ଭାବନା, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ।
୫. ବଲାଙ୍ଗିର ଲରମ୍ଭାରେ ପୁଣି ହାତୀ ଉପଦ୍ରବ, ମହିଳାଙ୍କୁ ଦଳିଦେଲା ଦନ୍ତା, ମହିଳା ମୃତ ।
୬. ବରଗଡ଼ ଜିଲ୍ଲା ପଦ୍ମପୁରରୁ ପାଇକମାଲ ରାସ୍ତା ମାଝିପାଲ ଛକରେ ଲାଗିଛି ମାଓ ପୋଷ୍ଟର, ପଞ୍ଚାୟତ ନିର୍ବାଚନର ଭୋଟ ବର୍ଜନ ପାଇଁ ଆହ୍ବାନ ।
୭. ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାଶ କଲା ସମ୍ବଲପୁର ପୋଲିସ, ୧୦ଟି ବାଇକ ଜବତ ଓ ୩ଜଣ ଗିରଫ ।
୮. ଢେଙ୍କାନାଳ ସଦର ଥାନା ସାରିଆପଡା ଗାଁରେ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ୪ବଖରା ଘର ଓ ଗୁହାଳ, ଲକ୍ଷାଧିକ ଟଙ୍କାର ସମାଗ୍ରୀ ଓ ଧାନ ଚାଉଳ ପୋଡି ପାଉଁଶ ।
୯. ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବେଲପାଳ ଗ୍ରାମରେ ଯୌତୁକ ଟଙ୍କା ନମିଳିବାରୁ ୮ ମାସର ଶିଶୁପୁତ୍ରକୁ ଧରି ସ୍ଵାମୀ ଫେରାର, ଥାନାର ଦ୍ଵାରସ୍ଥ ହେଲେ ମହିଳା ।
୧୦. କଟକ ଶିଖରପୁର ଛକରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଦୋକାନ ଭିତରକୁ ମାଡିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଲୋକେ।

ଅନ୍ୟମାନଙ୍କୁ ଜଣାନ୍ତୁ।