You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୮୮୬ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୧୬ ମୃତ |
୨. ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ମୋଟ ୧୫ଶହ୧୪ ପଞ୍ଚାୟତରେ ୨୦ହଜାର ୪୩୬ ବୁଥରେ ହେବ ଭୋଟ ଗ୍ରହଣ, ମତସାବ୍ୟସ୍ତ କରିବେ ୬୨ଲକ୍ଷ ୧୦ହଜାର ଭୋଟର ।
୩. ରାଜ୍ୟରେ ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ସୁପାରିସ, ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବଙ୍କ ସୂଚନା ।
୪. ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡ଼ାଲ ପଞ୍ଚାୟତରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ |
୫. ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ମୟୂରଝାଲିଆ ଗାଁରେ ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଏବଂ ମଦ ବାଣ୍ଟିବା ଅଭିଯୋଗ, ତିନି ଗିରଫ |
୬. ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ପଦ୍ମପୁର ଟ୍ୟାକ୍ସ କଲେକ୍ଟର ଦୀନବନ୍ଧୁ ପଣ୍ଡା, ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ |
୭. ସାଙ୍କୁଲେଇ ପଞ୍ଚାୟତ ସମିତିସଭ୍ୟ ପ୍ରାର୍ଥିନୀ ଭାରତୀ ରଥଙ୍କ ସ୍ବାମୀ ଗତକାଲି ରାତିରୁ ନିଖୋଜ, ଅପହରଣ ଅଭିଯୋଗ,ତଦନ୍ତ ଜାରି ।
୮. ଭୁବନେଶ୍ବର ଭିଏସଏସ୍ ନଗରରେ ସକାଳ ସମୟରେ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ,ତଦନ୍ତ ଜାରି |
୯. ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ୧୪ ମାସ ପରେ ମିଳିଲା ଜାମିନ, ୫ ଲକ୍ଷ ଟଙ୍କା ଏବଂ ୨ ଜଣ ଜାମିନଦାର ବଦଳରେ ବେଲ ।
୧୦. ଭୁବନେଶ୍ବର ଜୟଦେବ ବିହାର ଓଭରବ୍ରିଜ ଉପରୁ ତଳକୁ ଖସି ପଡିଲେ ବାଇକ୍ ଆରୋହୀ, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।