You are currently viewing ANS SUPERFAST 2@10

ANS SUPERFAST 2@10

୧. କ୍ରମାଗତ ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା । ମୃତ୍ୟୁ ହାରରେ ନାହିଁ ପରିବର୍ତ୍ତନ ।
୨. ଆସନ୍ତା ୨୨ରେ ଓଜେଇ ପରୀକ୍ଷା ଦେବେ ଦୁର୍ଘଟଣା ଗ୍ରସ୍ତ ଛାତ୍ରଛାତ୍ରୀ । ଏନେଇ ବିଜ୍ଞପ୍ତି ଜାରିକଲେ ଗଜପତି ଜିଲ୍ଲାପାଳ ।
୩. ଲାଇନଚ୍ୟୁତ ହେଲା ଖାଲି ବଗି ନେଇ ଯାଉଥିବା ରେଳ ଇଞ୍ଜିନ । ଖୋର୍ଦ୍ଧା ରୋଡରୁ ପୁରୀ ଅଭିମୂଖେ ଯାଉଥିବା ସୂଚନା ।

୪. ଢ଼େଙ୍କାନାଳ ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ୧ କିମି ଷ୍ଟେଚରରେ ବୁହା ହେଲେ ପ୍ରସୂତି ଓ ନବଜାତ ।
୫. ବ୍ରଜରାଜ ନଗର ଅଞ୍ଚଳରେ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଦୁର୍ଘଟଣା । ଦୁଇ ମହିଳା ଗୁରୁତର, ଚିକିତ୍ସା ପାଇଁ ରାଉଲକେଲା ସ୍ଥାନାନ୍ତର ।
୬. ପୁରୀ ହେରିଟେଜ ସିଟି ପାଇଁ ଚାଲୁଛି ପ୍ରସ୍ତୁତି, ପେଣ୍ଠକଟା ଶ୍ରୀ ଜଗନ୍ନାଥ ଷ୍ଟାଡିୟମକୁ ଲାଗିଥିବା ୧୫ ଦୋକାନ ଘର ଭାଙ୍ଗୁଛି ପ୍ରଶାସନ, ସହାୟତା ଦାବି କଲେ ପ୍ରଭାବିତ

୭. ଢ଼େଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ବ୍ରାହ୍ମଣୀ ନଦୀ ସେତୁ ଉପରେ ଏକ ବାଇକୁ ଧକ୍କା ଦେଲା ସ୍କର୍ପିଓ । ବାଇକ ଆରୋହୀ ଗୁରୁତର, ଅନ୍ୟ ଜଣେ ନଦୀ ଗର୍ଭରେ
୮. କଟକଣା ହଟିବା ପରେ ସାନିଟାଇଜ ହେଲା ପୁରୀ ସ୍ୱର୍ଗଦ୍ୱାର , ଅଗ୍ନିଶମ ବାହିନୀ ପକ୍ଷରୁ କରାଗଲା ବିଶୋଧନ । କୋଭିଡ ଗାଇଡଲାଇନ ସହ ଶବ ଦାହ ଲାଗି ଅନୁମତି ଦେଇଛି ପ୍ରଶାସନ ।
୯. କରୋନାରେ ସଂକ୍ରମିତ ହେଲେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ।
୧୦. ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ୫ ଜିଲ୍ଳାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।