You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ |
୨. ଆଜି ପବିତ୍ର ଫାଲଗୁନ ଶୁକ୍ଳ ସପ୍ତମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୫ ଟାରୁ ୮ ଟା ସାଧାରଣ ଦର୍ଶନ ବନ୍ଦ |
୩. ପୌର ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା |
୪. ଆଗାମୀ ପୌର ନିର୍ବାଚନ ପାଇଁ ଆସନ୍ତା ୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ ତିନି ପରୀକ୍ଷା ସ୍ଥଗିତ |
୫. ୨୦୨୭ରେ ଇଭିଏମ ମାଧ୍ୟମରେ ହେବ ପଞ୍ଚାୟତ ନିର୍ବାଚନ ମତଦାନ, ରାଜ୍ୟ ନିର୍ବାଚନ କମିଶନ କରୁଛନ୍ତି ଯୋଜନା,ଇଭିଏମ କିଣିଲେ ଖର୍ଚ ହେବ ୨୧୨ କୋଟି |
୬. କଣାସ ବ୍ଲକ ଗଡ଼ିଶାଗୋଦା ଥାନା ରୋଷଣl ଗାଁର ବହୁ ପୁରାତନ ଇଷାଣେଶ୍ଵର ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଲେ ଦୁର୍ବୃତ୍ତ।
୭. ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ, ନଗଦ ୧୬.୭୦ ଲକ୍ଷ ଟଙ୍କା ଜବତ, ଚଢ଼ାଉ ଜାରି |
୮. ଗତ ୩ ତାରିଖରେ କଟକ ବିଡାନାସୀ ଭୁଆସୁଣୀ ପଠା ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୋଲିସ, ୨ ଅଭିଯୁକ୍ତ ଗିରଫ |
୯. ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଲଂଗଳେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ସ୍କୁଟିକୁ ପିଟିଲା ବୋଲେରୋ ଜଣେ ମୃତ, ଜଣେ ଗୁରୁତର |
୧୦. ଭୁବନେଶ୍ଵର ୪ ନମ୍ଵର ମାଛ ମାର୍କେଟ୍‌ରେ ଦୁଇ ବ୍ୟବସାୟୀଙ୍କୁ ପନିକିରେ ଆକ୍ରମଣ, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।