You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୫୯ କରୋନା ଆକ୍ରାନ୍ତ ଚିହ୍ନଟ |
୨. ରାଜ୍ୟରେ ମୋଟ ୧୨୩ଟି ଶୀତଳ ଭଣ୍ଡାର ୭୯ଟି ଶୀତଳ ଭଣ୍ଡାର ଅଚଳ, ଛତୁ ଓ ଲେମ୍ୱୁ ଉତ୍ପାଦନରେ ଓଡ଼ିଶା ୧ ନମ୍ୱର, ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା |
୩. ଚଳିତ ବର୍ଷ ଶେଷ ସୁଦ୍ଧା ସରିବ ମେଗା ପାନୀୟ ଜଳ ପ୍ରକଳ୍ପ, ଏନେଇ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା |
୪. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ, ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି ।
୫. ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଠାରେ ଅଭାବନୀୟ ଘଟଣା, ବଡଭାଇର କାଠ ଫାଳିଆ ଆକ୍ରମଣରେ ସାନ ଭାଇର ମୃତ୍ୟୁ |
୬. ଆଠମଲ୍ଲିକ ଥାନା ରଥସାହିର ଏକ ଘରୁ ମହିଳାଙ୍କ ଅଧା ପୋଡାଶବ ଜବତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।
୭. ଆନନ୍ଦପୁର ଉପାନ୍ତ ମହୁଲଡିହା ଥାନା ଝାଟିକିଡିହା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ତୀର ମାଡ, ଜଣେ ଗୁରୁତର |
୮. ଘରୋଇ କଳିରୁ ସର୍ବନାଶ, ସ୍ତ୍ରୀକୁ ଜିଅନ୍ତା ଜାଳି ଦେଲା ସ୍ୱାମୀ, ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଫଠାଟାଙ୍ଗରେ ଗାଁରେ |
୯. ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ସାଇ ମନ୍ଦିର ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର |
୧୦. ଆହୁରୀ ୪ ଦିନ କଲବଲ କରିବ ତାତି, ଖରା ନେଇ ୮ଟି ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି,ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା |

ଅନ୍ୟମାନଙ୍କୁ ଜଣାନ୍ତୁ।