You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ |
୨. ବିଧାନସଭା ବଜେଟ୍ ଅଧିବେଶନର ଆଜି ଶେଷ ଦିନ, ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍. ଗତକାଲି କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
୩. ଆସନ୍ତା ଏପ୍ରିଲ୍ ୧୫ରେ ଚିଲିକା ବୁଲିଯିବେ ବିଧାୟକ ଓ ମନ୍ତ୍ରୀ, ତାରିଖ ସୁଦ୍ଧା ଇଚ୍ଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଜଣାଇବାକୁ ନିର୍ଦ୍ଦେଶ |
୪. ଭଦ୍ରକ ଜିଲ୍ଲାର ଧାମନଗର ଏନଏସିରେ ରେ ୫ ଏପ୍ରିଲରେ ହେବ ସାନି ମତଦାନ। ଧାମନଗର ଏନଏସିର ବୁଥ୍ ନମ୍ବର ୩, ୮, ୯, ୧୬, ୧୭ ଏବଂ ୧୮ ରେ ପୁନଃ ନିର୍ବାଚନ ହେବ ।
୫. କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା; କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ ନାୟକ । ଅପହରଣ ବେଳେ ସାଥିରେ ଥିଲେ ଶର୍ମିଷ୍ଠା , ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ ।
୬. କୁଖ୍ୟାତ ନିଶା ବେପାରୀ ଅନିରୁଦ୍ଧ ଜୟସିଂ ଘରୁ ୧ କୋଟିରୁ ଅଧିକ ମୂଲ୍ୟର ସମ୍ପତି ଜବତ, ୨ଟି ଜେସିବି, ୧ଟା କାର, ୧ଟା ଟ୍ରାକ୍ଟର ସମେତ ସୁନାରୁପା ଅଳଙ୍କାର ମଧ୍ୟ ଜବତ ।
୭. ଢେଙ୍କାନାଳ ଜିଲ୍ଲାର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ |
୮. କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନକଟିଗୁଡା ଛକ ନିକଟରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି, ଜଳିଗଲା ୫ ଟି ପରିବା ଦୋକାନ |
୯. ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ରେଳ ଷ୍ଟେସନରେ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଧକ୍କାରେ ଅଜଣା ମହିଳାଙ୍କ ମୃତ୍ୟୁ |
୧୦. ବଲାଙ୍ଗୀର ତୁଷୁରା ଥାନା ନୂଆପଡ଼ା ଗାଁର ଏକ ଅଭାବନୀୟ ଘଟଣା, ଶାଶୁ ଓ ବୋହୂଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ, ପୋଲିସର ତଦନ୍ତ ଜାରି |

ଅନ୍ୟମାନଙ୍କୁ ଜଣାନ୍ତୁ।