You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୯୧୩ ପଜିଟିଭ ଚିହ୍ନଟ ଓ କରୋନା ନେଲା ୧୫ ଜୀବନ ।
୨. ବଣାଇଗଡ ସବ ଜେଲରେ ୪୦ ଜଣଙ୍କ ରିପୋର୍ଟ ପଜିଟିଭ । ୩୯ କଏଦୀ ଏବଂ ଜଣେ କର୍ମଚାରୀ ଆକ୍ରାନ୍ତ । ଜେଲକୁ କରାଯାଉଛି ସାନିଟାଇଜ ।
୩. ଯାଜପୁର ଜିଲ୍ଳା କେଳୁଅ ନଦୀବନ୍ଧ ଭାଙ୍ଗିବା ମାମଲାରେ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ନୋଟିସ୍ ଓ ୬ସପ୍ତାହ ଭିତରେ ଉତ୍ତର ଦେବାକୁ ନୋଟିସ ।

୪. ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଦେଖାଦେଇଛି ଅସନ୍ତୋଷ । ଆଜି ସନ୍ଧ୍ୟା ୬ ଟାରେ ୧୫ ମିନିଟ୍ ଲାଇଟ ବନ୍ଦ ରଖିବାକୁ ବିଦ୍ୟୁତ ଉପଭୋକ୍ତା ମହାସଂଘର ନିବେଦନ ।
୫. କୁଚିଣ୍ଡା ଏଟିଏମରେ ନାଗସାପ, ଚାରି ଦିନ ପରେ ହେଲା ଉଦ୍ଧାର ।
୬. ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚାଲାଣ ବେଳେ ପାଞ୍ଚଟି ଗାଡି ଜବତ କରିଛି ବେଗୁନିଆ ପୋଲିସ ।
୭. କଳାହାଣ୍ଡି ଲାଞ୍ଜିଗଡ ବ୍ଳକ ବଡପଡାରେ ଖଟିଆରେ ନଦୀ ପାର ହେଲେ ପ୍ରସୂତି । ବସୁଧରା ନଦୀରେ ପୋଲ ନଥିବାରୁ ମୁଖ୍ୟ ରାସ୍ତାକୁ ଯୋଗାଯୋଗ ବିଚ୍ଛିନ୍ନ ।

୮. କଳାହାଣ୍ଡି ଜିଲ୍ଳା ଛତ୍ରଯାତ୍ରା ପାଇଁ ମାଣିକେଶ୍ୱରୀ ପୀଠରେ ୧୪୪ ଧାରା ଜାରି । କୋଭିଡ ପାଇଁ ଏହି ସ୍ଥାନକୁ ନଯିବା ପାଇଁ ଜିଲ୍ଳା ପ୍ରଶାସନ କଲା ଅନୁରୋଧ ।
୯. ଯାଜପୁର ଜିଲ୍ଳା ପାଣିପୋଇଲି ଥାନା ଅନ୍ତର୍ଗତ ୧୬ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସହକ ଦୁର୍ଘଟଣା, ୨ଆହତ ।
୧୦. ଆଜି ଅବପାତର ରୂପ ନେଇପାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ୱେଲମାର୍କ ଲୋ ପ୍ରେସର, ଓଡିଶାର ସବୁ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଓ ବାତ୍ୟା ଆଶଙ୍କା ନାହିଁ ବୋଲି କହିଲା କେନ୍ଦ୍ରୀୟ ପାଣିପାଗ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।