You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୯୯ କରୋନା ପଜିଟିଭ ଚିହ୍ନଟ ।
୨. ଆଜି ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ।

୩. କେନ୍ଦ୍ର ସରକାର ୨୦୨୧ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସ୍ବୀକୃତି ପଦ୍ମ ପୁରସ୍କାରର ଘୋଷଣା କରିଛନ୍ତି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ୬ ଜଣ ଏହି ଶୀର୍ଷ ସମ୍ମାନ ଲାଗି ମନୋନୀତ ।
୪. ଫେବ୍ରୁଆରି ୧୫ରୁ ରାଜ୍ୟରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ଆରମ୍ଭ । ସାଧାରଣତନ୍ତ୍ର ଦିବସ ଓ ଏହାର ପରବର୍ତ୍ତୀ ଦିନ ରାଜ୍ୟରେ ଟିକାକରଣ ବନ୍ଦ ।

୫. ୨୯ରୁ ଯୁକ୍ତ ୩ ତୃତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ଫେବ୍ରୁଆରି ୨ ପର୍ଯ୍ୟାନ୍ତ ଅନ୍‌ଲାଇନରେ ଆବେଦନ ।

୬. ବୌଦ୍ଧ ଚାରିଛକ SBI ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୧୬ଟି ୫୦୦ ଟଙ୍କିଆ ନୋଟ୍ । ATMରୁ ବାହାରି ଥିବା ଟଙ୍କା ଫେରସ୍ତ ନେବାକୁ ନା କଲା ବ୍ୟାଙ୍କ ।
୭. ପଶ୍ଚିମବଙ୍ଗରୁ ଅନୁଗୁଳକୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ବସ ଓଲଟି ପଡିଥିବା ସୂଚନା ।
୮. ଢେଙ୍କାନାଳ ଜିଲ୍ଲାର କପିଳାସ ରେଞ୍ଜ ଅନ୍ତର୍ଗତ ଦାମୋଦରନାଳୀ ଗାଁରେ ବୃଦ୍ଧଙ୍କୁ କଚାଡ଼ିଲା ହାତୀ, ବୃଦ୍ଧ ମୃତ ।
୯. ଗୋପାଳପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମରେ ନକଲି ଖାଇବା ତେଲ ପ୍ରସ୍ତୁତ କାରଖାନାରେ ପୁଲିସ କରିଛି ଚଢ଼ଉ ।
୧୦. ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡି ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।