You are currently viewing ଅର୍ଚ୍ଚନାକୁ ରିମାଣ୍ଡରେ ନେବ ଇଡି !

ଅର୍ଚ୍ଚନାକୁ ରିମାଣ୍ଡରେ ନେବ ଇଡି !

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୫/୧୨, ଚର୍ଚ୍ଚିତ ଦମ୍ପତ୍ତି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଭୁବନେଶ୍ୱରର ଦୌରାଜଜଙ୍କ କୋର୍ଟରେ ଅର୍ଚ୍ଚନା ହାଜର ହେବା ପରେ ଇଡି ତାଙ୍କ ଓକିଲଙ୍କ ଜରିଆରେ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି । ନାଗ ଦମ୍ପତ୍ତିଙ୍କର କଳା ସାମ୍ରାଜ୍ୟକୁ ବଢାଇବାରେ କେଉଁମାନେ ସାହାର୍ଯ୍ୟ କରିଛନ୍ତି, ଲକ୍ଷାଧିକ ଟଙ୍କାର ଦେଣନେଣ କେଉଁ ସୁତ୍ରରୁ ହୋଇଛି ଓ କେଉଁ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏହି ସାମା୍ରଜ୍ୟ ସହ ଲିଙ୍କ ରିଛି ତାହାର ଅଧିକ ଖୋଳ ତାଡ କରିବା ପାଇଁ ଇଡି କୋର୍ଟରେ ଆବେଦନ କରିଛନ୍ତି ବୋଲି କୋର୍ଟକୁ ଜଣାଇଛନ୍ତି ।
କଥାରେ ଅଛି ‘ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ’ ସୁଦୂର କଳାହାଣ୍ଡିରୁ ଆସି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟିୁ କରିଥିବା ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଅସତ ଉପାୟରେ ଟଙ୍କା ଉପାର୍ଜନ କରିବା ପରେ ଏହି ଟଙ୍କାରେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ଅୟସ୍ରେ କଟାଉଥିଲେ ।

ପରିସ୍ଥିତି ଏପରି ହେଲା ଲକ୍ଷାଧିକ ଟଙ୍କାର ଗାଡି , ଆଲିସାନ ବଙ୍ଗଲା ଓ ବିଦେଶୀ ପକ୍ଷୀ ରଖିବାକୁ ମଧ୍ୟ ଅର୍ଚ୍ଚନା ଭୂଲି ନଥିଲେ । ଏହି ସାମ୍ରାଜ୍ୟ ବଢାଇବାରେ ସାଥ୍ ଦେଉଥିଲେ ବାଇନ ଓରଫ ଖଗେଶ୍ୱର । ଇତି ମଧ୍ୟରେ ଇଡି ଖଗେଶ୍ୱରକୁ ରିମାଣ୍ଡରେ ନେଇ କଳା ସାମା୍ରଜ୍ୟର କାହାଣୀ ସଂପର୍କରେ ଅନେକ ତତ୍ୟ ହାସଲ କରିଥିବା ଜଣାପଡିଛି । ଗତ ଦୁଇଦିନ ତଳେ କମିଶନରେଟ ପୋଲିସ ମେଲ୍ ମାଧ୍ରମରେ ଇଡିକୁ କିଛି ତଥ୍ୟ ହସ୍ତାନ୍ତର କରିଥିବା ଜଣାପଡିବା ପରେ ଏଥିରେ ପ୍ରକୃତ କ’ଣ ଅଛି ତାହା ବାହାରକୁ ଆସିପାରି ନାହିଁ । ୦୫/୧୨/୨୦୨୨ରେ ଅର୍ଚ୍ଚନା କୋର୍ଟରେ ହାଜର ହେବା ପରେ ଦୌରାଜଜ୍ଙ୍କ ସମ୍ମୁଖରେ କାନ୍ଦି ପକାଇଥିବା ଜଣାପଡିଛି । ରିମାଣ୍ଡରେ ନେବା ପାଇଁ ଇଡି ଦରଖାସ୍ତ କରିଥିବା ବେଳେ କୋର୍ଟରେ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ଦୌରାଜଜ୍ । ଯଦି ମାନ୍ୟବର ଅଦାଲତ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦିଅନ୍ତି ତେବେ ବାଇନଙ୍କୁ ଇଡି ମଧ୍ୟ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିପାରନ୍ତି । ଏଠାରେ ସ୍ୱତଃପ୍ରଶ୍ନ ଉଠେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଦୋଷୀଙ୍କୁ ଚିହ୍ନଟ କରିବା ପାଇଁ ସଠିକ ଭାବେ ତଦନ୍ତ କରିବେ ନା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବୁଝାମଣା ହୋଇ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡିବ । ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ଗସ୍ତ ଥିବା ବେଳେ ଏ ସଂପର୍କରେ ଯଦି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ମନେଇ ପାରନ୍ତି ତେବେ ବହୁଚର୍ଚ୍ଚିତ ନାଗପେଡି ଖୋଲିବାରେ ପ୍ରତିବନ୍ଧକ ଦେଖାଦେବ । ୦୫/୧୨/୨୦୨୨ରେ ପଦ୍ମପୁର ଉପନିର୍ବାଚନରେ ଭୋଟଦାନ ସମାପ୍ତ ହୋଇଛି । ଡିସେମ୍ବର ୮ତାରିଖରେ ମତଗଣନା କରାଯାଇ ନିର୍ବାଚନ ଫଳାପଳ ପ୍ରକାଶ ପାଇବ । ଧାମନଗର ଉପନିର୍ବାଚନରେ ଶାସକ ଦଳ ହାରିବା ପରେ ଦଳ ମଧ୍ୟରେ ଏକ ଛନକା ସୃଷ୍ଟି ହୋଇଛି । ଯଦି ପଦ୍ମପୁରରେ ଏହାର ପୁନରାବୃତ୍ତି ଘଟେ ତେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନ ପାଇଁ କୌଣସି ବିପଦକୁ ଆମନ୍ତ୍ରଣ କରିବାକୁ ଚାହିଁବେ ନାହିଁ । ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ସହ ସାଲିସ କରି ହନିଟ୍ରାପ କୁଇନର ସାମ୍ରାଜ୍ୟର ତଦନ୍ତକୁ ବନ୍ଦ କରିବାକୁ ଚେଷ୍ଟା କରିବେ । କାରଣ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଶାସକ ଦଳର ଅନେକ ନେତା ଓ ବିଧାୟକ ଓ ପୂର୍ବତନମନ୍ତ୍ରୀଙ୍କ ସହିତ କିଛି ବରିଷ୍ଠ ପ୍ରଶାସକ ମଧ୍ୟ କଳା ସାମ୍ରାଜ୍ୟ ବଢାଇବାରେ ଭାଗିଦାର ଅଛନ୍ତି । ତେବେ ଦେଖିବାକୁ ବାକିରହିଲା ସର୍ବଦା ମୁଖ୍ୟମନ୍ତ୍ରୀ କହୁଥିବା ‘ଆଇନ ତା’ ବାଟରେ ଯିବ’ ନା ରାଜ୍ୟରେ ଅନ୍ୟ ତଦନ୍ତ ଭଳି ନାଗପେଡି ସବୁଦିନ ପାଇଁ ଚାପି ହୋଇଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।