You are currently viewing ଆରପାରିରେ ଅଭିନେତା ମିହିର ଦାସଙ୍କ ପୁଅ

ଆରପାରିରେ ଅଭିନେତା ମିହିର ଦାସଙ୍କ ପୁଅ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୫/୦୧, ଆରପାରିରେ ସ୍ୱର୍ଗତ ମିହିରି ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସ । ମାସେ ହେଲା ଲିଭର ଜନୀତ ରୋଗରେ ଭୁବନେଶ୍ୱରର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା।  ଆଜି କଟକ ସତୀଚଉରାରେ ହେଲା ଅନ୍ତିମ ସଂସ୍କାର। ବର୍ଷକ ପୂର୍ବେ ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଥିଲା।। ମିହିର ଦାସ ତାଙ୍କ ସାନ ପୁଅ ଅକ୍ଲାନ୍ତଙ୍କୁ ବହୁତ ଭଲ ପାଉଥିଲେ। ବାପାଙ୍କୁ ହରାଇବା ପରେ ଅକ୍ଲାନ୍ତ ବହୁତ ଚିନ୍ତାରେ ଥିଲେ ବୋଲି ଜଣାପଡ଼ିଛି। ମିହିର ଦାସ ଓଡ଼ିଆ ସିନେମାର ଜଣେ ଭର୍ସାଟାଇଲ ଅଭିନେତା ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।