You are currently viewing ବିଚ୍ ରାସ୍ତାରେ ଯୁବତୀଙ୍କୁ ଦୁର୍ବ୍ୟବହାର ପଡିଲା ମହଙ୍ଗା, ଦୁଇ ରୋମିଓ ଗିରଫ

ବିଚ୍ ରାସ୍ତାରେ ଯୁବତୀଙ୍କୁ ଦୁର୍ବ୍ୟବହାର ପଡିଲା ମହଙ୍ଗା, ଦୁଇ ରୋମିଓ ଗିରଫ

ପୁରୀ-29.04.2021(ଅନନ୍ତ ସିଂ),ବିଚ୍ ରାସ୍ତାରେ ଯୁବତୀଙ୍କୁ ଦୁର୍ବ୍ୟବାହର କରିବା ପଡିଲା ମହଙ୍ଗା । ଯୁବତୀଙ୍କ ଏତଲା ଆଧାରରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଦୁଇ ରୋମିଓ ଯୁବକଙ୍କୁ ଗିରଫ କରିଛି । ଭୁବନେଶ୍ବରରୁ ପୁରୀ ବୁଲିବାକୁ ଆସିଥିବା ଦୁଇ ଜଣ ଯୁବତୀ ସମୁଦ୍ରକୂଳରେ ବୁଲାବୁଲି କରୁଥିବା ବେଳେ କଟକର ୪ ଜଣ ଯୁବକ ସେମାନଙ୍କୁ କମେଣ୍ଟ ପାସ୍ କରିବା ସହ ଦୁର୍ବ୍ୟବହାର କରିଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ସେଠାରେ ଥିବା ସ୍ଥାନୀୟ ଯୁବକମାନେ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସକୁ ଫୋନ୍ କରିଥିଲେ । ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ଚାରି ଜଣ ଯୁବକଙ୍କୁ ଥାନାକୁ ଉଠାଇ ନେଇ ଅଟକ ରଖିଥିଲା । ତେବେ ଯୁବତୀଙ୍କୁ ପ୍ରଥମେ ଏକ ରେସ୍ତୋରାରେ ଏବଂ ପରେ ସମୁଦ୍ରକୂଳ ଅଞ୍ଚଳରେ ଦୁର୍ବ୍ୟବହାର କରାଯାଇଥିବା ଯୁବତୀ ଜଣଙ୍କ ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି। ଏନେଇ ସମୁଦ୍ରକୂଳ ଥାନା ପୋଲିସ ତଦନ୍ତ ଚଳାଇଥିବା ବେଳେ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ତେବେ ୪ ଜଣ ଯୁବକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ପୋଲିସ କହିଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।