You are currently viewing ଚିତାବାଘ ଦାନ୍ତ, ନଖ, ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

ଚିତାବାଘ ଦାନ୍ତ, ନଖ, ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

ଭୁବନେଶ୍ୱର (ଏଏନଏସ)୧୬.୦୨.୨୦୨୨, ଏସଟିଏଫକୁ ବଡ ଧରଣର ସଫଳତା । ମୟୂରଭଞ୍ଜ ଜିଲ୍ଲାରେ ଜସିପୁର ପୋଲିସ୍ ଷ୍ଟେସନ ଅଧୀନରେ ଥିବା ପାଦାଗଡା ଗ୍ରାମରେ ଚଢାଉ କରି ଜଣେ ବନ୍ୟଜନ୍ତୁ ଚୋରାଚାଲାଣକାରୀକୁ ଧରିଲା ଏସଟିଏଫ । ଅଭିଯୁକ୍ତ ନିକଟରୁ ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ସାଢ଼େ ୩ କିଲୋ ବଜ୍ରକାପ୍ତା କାତି ଓ ୪୬ଟି ଜୀବନ୍ତ ପକ୍ଷୀ ଜବତ ହୋଇଛି । ସୂଚନା ଅନୁସାରେ, ବନ୍ୟଜନ୍ତୁ ସାମଗ୍ରୀ ଚାଲାଣ ହେଉଥିବାନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ କରଞ୍ଜିଆ ଜଙ୍ଗଲ ବିଭାଗର ଅଧିକାରୀଙ୍କ ସହିତ ମିଶି ଏସଟିଏଫ୍ ଜସିପୁର ପୋଲିସ୍ ଷ୍ଟେସନ ଅଧୀନରେ ଥିବା ପାଦାଗଡା ଗ୍ରାମରେ ଏକ କେନାଲ ବନ୍ଧ ନିକଟରେ ଚଢ଼ାଉ କରି ୨୫ ବର୍ଷିୟ ଅପରାଧୀ ନନ୍ଦ ବାଗେଙ୍କୁ ଗିରଫ କରିଛି। ଅଭିଯୁକ୍ତ ନିକଟରୁ ୪୬ ଟି ଜୀବନ୍ତ ଶୁଆ ବ୍ୟତୀତ ଦୁଇଟି ଚିତାବାଘର ଦାନ୍ତ, ୨୯ ଟି ଚିତାବାଘ ନଖ, ୩.୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।