You are currently viewing ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ସକ୍ରିୟ ରହିବ କାଳବୈଶାଖୀ

ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ସକ୍ରିୟ ରହିବ କାଳବୈଶାଖୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୩୦/୦୫, ପ୍ରବଳ ତାତି ଭିତରେ କାଳବୈଶାଖୀ ବର୍ଷା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି । କିନ୍ତୁ ଏହି କାଳବୈଶାଖୀ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସକ୍ରିୟ ରହିବ । ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ କାଳବୈଶାଖୀ ତାର ପ୍ରକୋପ ଦେଖାଇବ । ତେବେ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି । ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ । ସେହିଭଳି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଅଧିକ ଦେଖିବାକୁ ମିଳିବ । ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ରହିଛି । ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣ ଅଣ୍ଡାମାନ ସାଗର,ଦକ୍ଷିଣ ବଙ୍ଗୋପସାଗର ରେ ମୌସୁମୀ ଅଗ୍ରସର ହୋଇ ସକ୍ରିୟ ହେବ । ଗତକାଲି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁରେ ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା । ଦିନବେଳା ପାଗରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନି । ଅଥାର୍ତ ଦିନବେଳା ଅସହ୍ୟ ଗରମ ଅନୁଭୂତ ହେଉଛି । ତେବେ ସନ୍ଧ୍ୟା ପରେ କାଳବୈଶାଖୀ ପ୍ରଭାବ ଯୋଗୁଁ ପାଗରେ କିଛି ମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । କାଳବୈଶାଖୀ ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।