You are currently viewing ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୩/୧୧, ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନ ସଭା ଶୀତକାଳୀନ ଅଧିବେଶନ । ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଏଥର ଶାସକ ବିଜେଡିକୁ ଟାର୍ଗେଟ କରିପାରନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହା ଛଡା ପଦ୍ମପୁର ଉପନିର୍ବାଚନ ପାଇଁ ଚାଷୀଙ୍କୁ ନେଇ ରାଜନୀତି ଜୋର ଧରିଛି । ଉଭୟ ବିଜେଡି ଏବଂ ବିଜେପି ପରସ୍ପରକୁ ଦୋଷ ଲଦୁଥିବା ବେଳେ ଏହି ପ୍ରସଙ୍ଗ ବିଧାନସଭା ଉଠିବ ବୋଲି ଆଶା କରାଯାଉଛି । ସେପଟେ ବିରୋଧୀଙ୍କୁ ମୁକାବିଲା କରିବାକୁ କେନ୍ଦ୍ରୀୟ ଅବହେଳାକୁ ବିଜେଡି ପ୍ରସଙ୍ଗ କରିବ ବୋଲି କୁହାଯାଉଛି । ତେବେ ଏହି ଅଧିବେସନ ପାଇଁ ଆଜି କଂଗ୍ରେସ ବିଧାୟକ ଦଳର ପ୍ରସ୍ତୁତି ବୈଠକ ଡକାଯାଇଛି । ଅପରାହ୍ଣ ୫ଟାରେ ବୈଠକ ହେବ ବୋଲି ସୂଚନା ମିଳିଛି । କଂଗ୍ରେସ ମୁଖ୍ୟତଃ ଅର୍ଚ୍ଚନା ନାଗ ମାମଲାକୁ ଗରୁତ୍ୱ ଦେଇଛି । ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ଆସନ୍ତକାଲି ସକାଳ ସାଡେ ୧୦ ଟାେ ବିଧାୟକ ଦଳର ବୈଠକ ଡାକିଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।