You are currently viewing ହଟ୍ଟଗୋଳ ମଧ୍ୟରେ ଚାଲିପାରୁନି ଗୃହ କାର୍ଯ୍ୟ, ୧୧ ଟା ୩୦ ଯାଏଁ ମୁଲତବୀ

ହଟ୍ଟଗୋଳ ମଧ୍ୟରେ ଚାଲିପାରୁନି ଗୃହ କାର୍ଯ୍ୟ, ୧୧ ଟା ୩୦ ଯାଏଁ ମୁଲତବୀ

ଭୁବନେଶ୍ୱର(ଏଏନଏସ) ୦୮.୧୨.୨୦୨୧, ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ ଅଚଳ । ହଟ୍ଟଗୋଳ ମଧ୍ୟରେ ଚାଲିପାରୁନି ଗୃହ କାର୍ଯ୍ୟ । ଯାହା ଫଳରେ ବାରମ୍ୱାର ଗୃହ ମୁଲତବୀ ହେଉଛି । ତେବେ ଆଜି ଗୃହ ଆରମ୍ଭରୁ ସବୁ ଦଳର ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । ଗୃହର ମଧ୍ୟାଭାଗକୁ ଆସି ହୋ ହାଲ୍ଲା କରିଛନ୍ତି ଶାସକ ଓ ବିରୋଧୀ ବିଧାୟକ । ଯାହାକୁ ନେଇ ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ମମିତା ମେହେର ମାମଲାରେ ଗୋବିନ୍ଦଙ୍କ ଓକିଲକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଗୋବିନ୍ଦ ସହ ନବୀନ ଉପସ୍ଥିତ ଥିବାର ଏକ ଫଟୋ ଦେଖାଇ ବିଜେପି ହଟ୍ଟଗୋଳ କରିଛି। ସେହିପରି ବିଜେଡି ମଧ୍ୟ ଗୋବିନ୍ଦଙ୍କ ଓକିଲ ସହ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଏକ ଫଟୋ ଦେଖାଇ ସମାନ ଅଭିଯୋଗ ଆଣିଛି। ଉଭୟ ଶାସକ ଓ ବିରୋଧୀ ଦଳର ହୋହାଲ୍ଲା ଯୋଗୁଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ଅନ୍ୟମାନଙ୍କୁ ଜଣାନ୍ତୁ।