You are currently viewing କୁନ୍ନୁର ହେଲିକପ୍ଟର ଦୁର୍ଘଟଣା, ବିଧାନସଭାରେ ଶୋକପ୍ରସ୍ତାବ ଆଗତ

କୁନ୍ନୁର ହେଲିକପ୍ଟର ଦୁର୍ଘଟଣା, ବିଧାନସଭାରେ ଶୋକପ୍ରସ୍ତାବ ଆଗତ

ଭୁବନେଶ୍ୱର(ଏଏନଏସ) ୦୯.୧୨.୨୦୨୧, ଗତକାଲି କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ବିୟୋଗ ଘଟିଛି । ଏହି ଘଟଣାରେ ବିଧାନସଭାରେ ଆଗତ ହେଲା ଶୋକପ୍ରସ୍ତାବ । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଧାନସଭାରେ ଗୃହ ଆରମ୍ଭରୁ ଏହାକୁ ନେଇ ବାଚସ୍ପତି ଅବିଭାଷଣ ଦେବା ସହିତ ଏକ ମିନିଟ୍ ଶୋକ ପ୍ରାର୍ଥନା କରି ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।