You are currently viewing ଆସୁଛି ଶୀତ

ଆସୁଛି ଶୀତ

  • Post category:ଓଡିଶା
  • Reading time:1 mins read

ମୟୁରଭଞ୍ଜ(ଏଏନଏସ)୧୦/୧୦, କରଞ୍ଜିଆ ଉପଖଣ୍ଡରେ ସକାଳୁ ସକାଳୁ କୁହୁଡି ଦେଖାଦେଲାଣି । ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । କରଞ୍ଜିଆରେ ହାଲୁକା ଶୀତ ସହ ପ୍ରବଳ କୁହୁଡି ଅନୁଭୂତ । ୧୦ରୁ ୧୫ ଫୁଟ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ। ଫଳରେ ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ଲାଇଟ ଜଳାଇ ଯାତାୟାତ କରୁଛନ୍ତି । ସବୁଆଡେ କୁହୁଡିର ଧଳା ଚାଦର ଘୋଡାଇ ରଖିଛି । କରଞ୍ଜିଆ ଉପଖଣ୍ଡରେ ଶୁକୃଳି, ରରୁଆ ଅଞ୍ଚଳରେ ପ୍ରବଳ କୁହୁଡି ଦୃଶ୍ୟମାନ ହୋଇଛି । ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଛି । ବିଶେଷକରି ଜାତୀୟ ରାଜପଥ ୪୯ ସିଙ୍ଗିଡା ନିକଟରେ ଯିବା ଆସିବା କଷ୍ଟକର ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।