You are currently viewing ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ, ମେଡ଼ିକାଲରେ ଭର୍ତ୍ତି

ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ, ମେଡ଼ିକାଲରେ ଭର୍ତ୍ତି

ଆନନ୍ଦପୁର(ଏଏନଏସ) ୨୦.୧୨.୨୦୨୧, ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ । ଆନନ୍ଦପୁର ଆରଆଇ ସୀମା ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅଫିସ୍ ଭିତରେ ପଶି କଟୁରୀରେ ଆକ୍ରମଣ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଯୁବକ ଗୋବିନ୍ଦ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁସାରେ, ଆଜି ସକାଳେ ଆରଆଇ ସୀମା ସିମନ୍ତିନୀ ନିଜ କାର୍ଯ୍ୟାଳୟରେ ବସିଥିବାବେଲେ ହଠାତ୍ ଗୋବିନ୍ଦ ଅଫିସ ଭିତରକୁ ପଶି ଆସି ଆରଆଇଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ତେବେ ଆକ୍ରମଣର କାରଣ ଜଣାପଡ଼ିନଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।