You are currently viewing ବାଲୁକାକଳା ମାଧ୍ୟମରେ କାଳୀ ପୂଜାର ଶୁଭେଚ୍ଛା

ବାଲୁକାକଳା ମାଧ୍ୟମରେ କାଳୀ ପୂଜାର ଶୁଭେଚ୍ଛା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୨୪/୧୦, ଆଜି ହେଉଛି ଆନନ୍ଦର ପର୍ବ ଦୀପାବଳି ଓ ମା’କାଳୀଙ୍କ ପବିତ୍ରକାଳୀପୂଜା । ଗତ ଦୁଇବର୍ଷ କାଳ କରୋନା ମହାମାରୀ ଯୋଗୁ ଫିକା ପଡିଥିଲା କାଳୀପୂଜା । କିନ୍ତୁ ଚଳିତ ବର୍ଷ ମହା ଆଡମ୍ବରରେ ପାଳିତ ହେଉଛି କାଳୀ ପୂଜା । ଚଳିତବର୍ଷ କାଳୀପୂଜା ପାଇ ବେଶ ଚଳଚଞ୍ଚଳ କଟକ ସହର । କଟକରେ ୯୦ଟି ମାଆ କାଳୀଙ୍କ ମେଢ ହୋଇଛି । ସେଥିରୁ ୨୫ଟି ଚାନ୍ଦି ଓ ସୁନା ମେଢ । କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କଟକ ସହରରେ ମୁତୟନ ରହିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୬ ଜଣ ଅତିରିକ୍ତ ଡିସିପି ୩ ଶହ ପୋଲିସ ଅଫିସର । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ମାଆଙ୍କ ଆରାଧନା କରିବା ସହ ରାଜ୍ୟବାସୀଙ୍କୁ ଦୀପାବଳୀ ଓ କାଳୀପୂଜାର ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ ସେ ୪ ହଜାର ୪୫ଟି ଦୀପର ବ୍ୟବହାର କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।