lord

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇପାରେ ମହାପ୍ରଭୁଙ୍କ ବନକଲାଗି ନୀତି

ଏଏନଏସ୍: ଶ୍ରୀମନ୍ଦିରରେ କାଲି ମହାପ୍ରଭୁଙ୍କ ବନକଲାଗି ନୀତି। ଦତ୍ତମହାପାତ୍ର ନିଯୋଗ ସହଯୋଗରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏନେଇ ଦତ୍ତମହାପାତ୍ର ନିଯୋଗ ସହ ଆଲୋଚନା କରିଛନ୍ତି ଜିଲ୍ଳାପାଳ। ଅନ୍ୟପଟେ ବନକଲାଗି ନୀତି ନେଇ ପରିଚାଳନା କମିଟି ସଦସ୍ୟ ଓ ଦଇତାପତି ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏନେଇ ସୂଚନା ଦେଇଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର।

୨୦୧୮ ମସିହାରୁ ପ୍ରତି ବୁଧବାର ବନକଲାଗି କରାଯିବ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ ଛଅ ବର୍ଷ ଧରି ବନକ ଲାଗି ନୀତି ପ୍ରତି ବୁଧବାର ହେଉଥିବା ବେଳେ ଏବେ କାହିଁକି ଗୁରୁବାର କରିବା ପାଇଁ ଜିଦ୍ ଧରୁଛି ଦତ୍ତମହାପାତ୍ର ନିଯୋଗ। ତେବେ ଚଳିତବର୍ଷ ନିଳାଦ୍ରୀ ବିଜେ ପର ଠାରୁ ଏଯାବତ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ଅନୁଷ୍ଠିତ ହୋଇନାହିଁ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ ଆଜି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବୈଠକ ବସିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।