You are currently viewing ବରଗଡ: ନୂଆ ବର୍ଷରେ JCI ୟୁନାଇଟେଡ଼ ପକ୍ଷରୁ ଗୋ-ସେବା ଅନୁଷ୍ଠିତ

ବରଗଡ: ନୂଆ ବର୍ଷରେ JCI ୟୁନାଇଟେଡ଼ ପକ୍ଷରୁ ଗୋ-ସେବା ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ବରଗଡ(ଏଏନଏସ)୦୩/୦୧: “ମାନବ ସେବା ହି  ମାଧବ ସେବା” ତାଠାରୁ ଅଧିକ ପୁଣ୍ୟ ହେଉଛି ଗୋ ସେବା। ହିନ୍ଦୁ ପରମ୍ପରାରେ ଉଲ୍ଲେଖ ରହିଛି ଗୋ ସେବା  ଠୁ ବଡ ସେବା ଆଉ ସଂସାରରେ  କୌଣସି ସେବା ନାହିଁ, କାରଣ ଗୋ-ମାତାଙ୍କ ଶରୀରରେ ୩୩ କୋଟି ଦେବା-ଦେବୀ ବାସ କରିଥାନ୍ତି। 

ଏନେଇ ଗତକାଲି JCI(ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ) ବରଗଡ ୟୁନାଇଟେଡ଼ ପକ୍ଷରୁ  ନୂତନ ବର୍ଷର ଆରମ୍ଭରେ ଶ୍ରୀ ଗୋପାଳ ଗୋଶାଳାରେ ଗୋ-ମାତାଙ୍କୁ ପୂଜା କରାଯିବା ସହ ଖାଦ୍ୟ ବଣ୍ଟନ ଏବଂ ଗାଈ ପାଳକ ଅର୍ଥାତ ଗୋପାଳ ଭାଇମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ JCI ବରଗଡ ୟୁନାଇଟେଡ଼ର ବହୁତ ସଂଖ୍ଯକ  ସଦସ୍ଯମାନେ ଯୋଗ ଦେବା ସହ JCRT, ଜୁନିୟର ଜେସିସ, ବର୍ତ୍ତମାନର ସଭାପତି ମଧ୍ଯ ଉପସ୍ଥିତ ଥିଲେ। ଏଥିସହ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜେସି ଅଙ୍କିତ ଗୁପ୍ତା, ଜେସି ମୋହନ କୋକଚା, ଜେସି ଆଶିଷ ଶର୍ମା କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।