You are currently viewing ୧୭ ତାରିଖ ଯାଏଁ ବେଳାଭୂମି ଏବଂ ଜଳାଶୟରେ ପ୍ରବେଶ ମନା

୧୭ ତାରିଖ ଯାଏଁ ବେଳାଭୂମି ଏବଂ ଜଳାଶୟରେ ପ୍ରବେଶ ମନା

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ(ଏଏନଏସ)୧୩.୦୧.୨୦୨୨, ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ । ପର୍ବରେ ଗହଲିଙ୍କୁ ଏଡାଇବାକୁ ଗଞ୍ଜାମରେ କଟକଣା ଜାରି କଲେ ଜିଲ୍ଲାପାଳ । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଗୋପାଳପୁର, ସୋନପୁର ପ୍ରମୁଖ ବେଳାଭୂମି ସମେତ ଜଳାଶୟ ପ୍ରବେଶ ବାରଣ କରାଯାଇଛି । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।
ଏଠାରେ ସୂଚନଯୋଗ୍ୟ ଯେ, କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ  ରୋକିବାକୁ ଗଞ୍ଜାମ ଜିଲ୍ଲାରେ  ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।