You are currently viewing ମହୁମାଛି ଆକ୍ରମଣରେ ବାପ-ଝିଅ ମୃତ

ମହୁମାଛି ଆକ୍ରମଣରେ ବାପ-ଝିଅ ମୃତ

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ଼-୧୧.୧୦.୨୦୨୧ , ମହୁମାଛି ଆକ୍ରମଣରେ ବାପ, ଝିଅ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ପାନପୋଷ ପଞ୍ଚାୟତରେ ।
ସୂଚନାଅନୁସାରେ, ବାପା ଝିଅ ଦୁହେଁ ଜଙ୍ଗଲକୁ କାଠ ଆଣିବାକୁ ଯାଇ ଫେରୁଥିବା ବେଳେ ରାଜଗାଙ୍ଗପୁର ବ୍ଲକର ପାନପୋଷ ପଞ୍ଚାୟତର ଗୌନ୍ତିଆ ପଡା ନିକଟରେ ମହୁମାଛି ଆକ୍ରମଣ କରିଥିଲା । ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର ହେବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସେହିପରି ରାଉରକେଲାରେ ମହୁମାଛି ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।