You are currently viewing ବରମୁଣ୍ଡା ମହାବୀର ବସ୍ତି ହତ୍ୟା ଘଟଣା ,ଗିରଫ ହେଲା ପ୍ରେମିକ

ବରମୁଣ୍ଡା ମହାବୀର ବସ୍ତି ହତ୍ୟା ଘଟଣା ,ଗିରଫ ହେଲା ପ୍ରେମିକ

ଭୁବନେଶ୍ୱର,୩୦/୦୯: ବରମୁଣ୍ଡା ରୁଚିକା ମାର୍କେଟ ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ୍। ଅଭିଯୁକ୍ତ ପ୍ରେମିକକୁ ନୟାଗଡ ଜିଲ୍ଲାରୁ ଗିରଫ କଲା ଭରତପୁର ଥାନା ପୋଲିସ ।ଅଭିଯୁକ୍ତ ସେଖ୍ ଫରିଦ୍ ରୁ ନାମ ବଦଳାଇ କାର୍ତ୍ତିକ ଜେନା ରଖିଥିଲା । ପୁଲିସ ସୂଚନା ଅନୁଯାୟୀ , ଅଭିଯୁକ୍ତ ଶେଖ୍ ଉକ୍ତ ଯୁବତୀଙ୍କ ତଣ୍ଟିକୁ ଓଢ଼ଣୀରେ ଚିପି ହତ୍ୟା କରିଥିଲା। ଏହାପରେ ସେ କୋଲକତା ପଳାଇଯାଇଥିଲା। ସେଠାରେ କିଛି ଦିନ ରହିବା ପରେ ସେ ନୟାଗଡ଼ର ଏକ ଜଙ୍ଗଲରେ ଲୁଚି ରହିଥିଲା। ସେଠାରୁ କନ୍ଧମାଳ ପଳାଇବାକୁ ଯୋଜନା କରିଥିବା ବେଳେ ପୁଲିସ ତାକୁ ଧରିଥିଲା। ଗତ ସେପ୍ଟେମ୍ବର ୭ତାରିଖ ଦିନ ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ଠାବ ହୋଇଥିଲା । ମୃତଦେହକୁ ପୋଲିସ ଜବତ କରିଛି ଛାନ୍ଭିନ୍ ଆରମ୍ଭ କରିଥିଲା । ଅନୈତିକ ସମ୍ପର୍କ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି। ପ୍ରାୟ ୨୦ ଦିନ ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏନେଇ ଡିସିପି ଉମାଶକଙ୍କ ଦାସ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।