You are currently viewing ଭୁଶୁଡିଲା ବାହୁଦା ନଦୀ ବ୍ରିଜ୍

ଭୁଶୁଡିଲା ବାହୁଦା ନଦୀ ବ୍ରିଜ୍

  • Post category:ଓଡିଶା
  • Reading time:1 mins read

ଇଚ୍ଛାପୁର ୦୩/୦୫, ଭୁଶୁଡ଼ିଲା ବହୁ ପୁରାତନ ବ୍ରିଜ୍ । ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ନିକଟରେ ଥିବା ୧୯୨୬ ମସିହାର ବାହୁଦା ନଦୀ ବ୍ରିଜ ଭୁଶୁଡ଼ି ପଡ଼ିଛି । ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା । ଆନ୍ଧ୍ର ଜିଲ୍ଲା ପ୍ରଶାସନ ଏହି ବ୍ରିଜରେ ଭାରିଯାନ ଚଳାଚଳକୁ ବାରଣ କରିଥିଲେ । କିନ୍ତୁ ଆଜି ସକାଳେ ଏକ ପଥର ବୋଝେଇ ଟ୍ରକ୍ ଯାଉଥିବା ବେଳେ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା । ଫଳରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଅନ୍ୟପଟେ ବ୍ରିଜ୍ ଭୁଶୁଡି ପଡିବା ଯୋଗୁ ଇଚ୍ଛାପୁର ଓ ପାତ୍ରପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।