biju

ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ବିଜୁ ଜନତା ଦଳର ଅନ୍ୟତମ ଛାମୁଆ ସଂଗଠନ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର କାର୍ଯ୍ୟାଳୟରେ ସାମ୍ମୁଖ୍ୟର ମହାସଚିବ ସୁବାଷ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଏହି ସମ୍ମିଳନୀରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଯୋଗ ଦେଇ ନବୀନ ସରକାରଙ୍କ ସମୟରେ ରାଜ୍ୟରେ କାର୍ଯ୍ୟରତ ଏକ କୋଟିରୁ ଉର୍ଦ୍ଧ୍ୱ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ହିତକର କାର୍ଯ୍ୟର ଅବତାରଣା କରିବା ସଙ୍ଗେ ସଙ୍ଗେ ନବୀନ ସରକାର ଶ୍ରମିକମାନଙ୍କ ପାଇଁ ସର୍ବଦା ସମର୍ପିତ ବୋଲି କହିଥିଲେ |

5tଏହି ସମ୍ମିଳନୀରେ ବିଜେଡି ନେତା ପ୍ରୀତି ରଞ୍ଜନ ଘଡ଼େଇ, ବିଧାୟକ ସୁଶାନ୍ତ ରାଉତ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର ବରିଷ୍ଠ ଶ୍ରମିକ ନେତା ନବକିଶୋର ମହାନ୍ତି ଯୋଗ ଦେବା ସହ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଭାବେ ନିର୍ବାଚିତ କରିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ | ସେଥିପାଇଁ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଉପସ୍ଥିତ ସମସ୍ତ ଶ୍ରମିକ ସାମ୍ମୁଖ୍ୟର ମୁଖ୍ୟମାନଙ୍କୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଥିଲା | 

ଅନ୍ୟମାନଙ୍କୁ ଜଣାନ୍ତୁ।