You are currently viewing ଆଜି ଭିତରକନିକାରେ ପକ୍ଷୀଗଣନା

ଆଜି ଭିତରକନିକାରେ ପକ୍ଷୀଗଣନା

ରାଜନଗର(ଏଏନଏସ)୧୨.୦୧.୨୦୨୨, ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା । ଏହି ଗଣନାରେ ୧୬ଟି ଟିମ୍  ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମରେ ୪ ରୁ ୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଚଳିତ ବର୍ଷ କଲେଜ ଛାତ୍ର ଛାତ୍ରୀଙ୍କୁ ଗଣନାରେ ସାମିଲ କରାଯାଇଛି । ଏଥିପାଇଁ ସେମାନଙ୍କୁ  ଟ୍ରେନିଂ ଦିଆଯାଇଥିଲା । ବନ ବିଭାଗର ନେତୃତ୍ୱରେ ସ୍ୱେଚ୍ଛାସେବୀଙ୍କ ସମେତ ସମସ୍ତେ ଗଣନାରେ ସାମିଲ ହୋଇଛନ୍ତି ।କେନ୍ଦ୍ରାପଡା ସହ ଜଗତସିଂହପୁରର, ବିଭିନ୍ନ  ଦ୍ୱୀପ ଓ ହେନ୍ତାଳ ବନ ପ୍ରଭୃତିରେ ଗଣନା କରାଯାଉଛି ।
ସେହିପରି ଭିତରକନିକାରେ ଗତ ୬ ତାରିଖରୁ ୧୦ ତାରିଖ ଯାଏ ୫ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା। ଗତବର୍ଷ ଅପେକ୍ଷା ଏବର୍ଷ ୧୬ଟି କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଗତବର୍ଷ ୧୭୬୮ଟି ବଉଳା କୁମ୍ଭୀର ଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୧୭୮୪କୁ ବୃଦ୍ଧିପାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।