You are currently viewing ବିଜେପି ଘୋଷଣା କଲା ପ୍ରଭାରୀ ତାଲିକା

ବିଜେପି ଘୋଷଣା କଲା ପ୍ରଭାରୀ ତାଲିକା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୪/୦୬, ଭାରତୀୟ ଜନତା ପାର୍ଟି ତା’ର ଜିଲ୍ଲା ପ୍ରଭାରୀ ଓ ସଂଖ୍ୟାଲଘୁ ମୋର୍ଚ୍ଚାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି । ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟସଭାପତି ଶ୍ରୀକନ୍ଦର ଅଲ୍ଲୀ ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି । ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଏମ୍‌ଡି ଜଲାଲ୍ ଉଦ୍ଦିନ ଆକବର ଅନୁଗୁଳ, ମୟୁରଭଞ୍ଜ, ବାରିପଦାପାଇଁ ପ୍ରଭାରୀ ଦାୟିତ୍ୱ ତୁଲାଇବାକୁ ଥିବାବେଳେ ରାଜ୍ୟ ସଭାପତି ସଲୀମ ଖାଁ ଯାଜପୁର, ଜଗତତ୍ସିଂହପୁର ଓ କଟକ ସଦର ଦାୟିତ୍ୱରେ ରହିଛନ୍ତି । ରାଜ୍ୟସମ୍ପାଦକ ଏସ୍ କେ ହସନ ପୁରୀ ଓ ଖୋର୍ଦ୍ଧା, ରାଜ୍ୟ ସମ୍ପାଦିକା ଶଇତା ଖାତୁମ କଟକ ସିଟି ଦାୟିତ୍ୱରେ ରହିଥିବା ବିଜେପି ପ୍ରେସ ଇସ୍ତାହାରରୁ ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।